କେନ୍ଦୁଝର: ସୋମବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚିନାମାଳିପଶି ଗାଁରେ ଏକ ଅଘଟଣ ଘଟିଯାଇଛି । ବିଦ୍ୟୁତ ଆଘାତରୁ ଝିଆରୀକୁ ବଞ୍ଚାଇବାକୁ ଯାଇ ବଡବାପାଙ୍କ ଜୀବନ ଚାଲିଯାଇଥିବା ବେଳେ କକା ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ସୋମବାର ଝିଆରୀ ଅଞ୍ଜଳି ବେହେରା ଲୁଗା ଶୁଖାଇବାକୁ ବାହାରକୁ ଆସିଥିଲେ । ଏହି ସମୟରେ କୌଣସି କାରଣରୁ ହଠାତ ସେ ଜିଆଇ ତାର ସଂସ୍ପର୍ଶରେ ଆସିଯାଇଥିଲେ । ତେବେ ତାଙ୍କୁ ବଞ୍ଚାଇବା ପାଇଁ ବଡବାପା ଦୁର୍ଯ୍ୟୋଧନ ବେହେରା ଓ କକା ଦୁଃଶାସନ ବେହେରା ଚେଷ୍ଟା କରିଥିଲେ । ହେଲେ ବିଦ୍ୟୁତ ଆଘାତରେ ବଡବାପା ଦୁର୍ଯ୍ୟୋଧନ ବେହେରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାସହ ଝିଆରୀ ଅଞ୍ଜଳି ବେହେରା ଓ କକା ଦୁଃଶାସନ ବେହେରା ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ପାଟଣା ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଥିବା ସୂଚନା ରହିଛି ।
ଅଧିକ ପଢନ୍ତୁ: ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକଅପ୍ ଗାଡ଼ି: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର