ନୂଆଦିଲ୍ଲୀ: ନିଜର ଅର୍ଥ ରୋଜଗାର ଉଦ୍ଦେଶ୍ୟରେ କାହାରିକୁ ତାତ୍ସଲ୍ୟ କରିବାର ସ୍ୱାଧୀନତା ଦିଆଯାଇ ପାରିବ ନାହିଁ । ସ୍ପଷ୍ଟ ଶବ୍ଦରେ ଏହା କହିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯେବେ ନିଜର ଭାଷଣକୁ ଆପଣ ବ୍ୟବସାୟୀକରଣ କରୁଛନ୍ତି, ତେବେ ଆପଣ ଏହାକୁ ନେଇ କୌନସି ସମୁଦାୟ କିମ୍ବା ବ୍ୟକ୍ତିଙ୍କ ଭାବନାକୁ ଆଘାତ ଦେଇ ପାରିବେ ନାହିଁ । ଏହା ସହିତ କମେଡିୟାନ ସମୟ ରୈନା ଓ ଅନ୍ୟ ହାସ୍ୟ କଳାକାରଙ୍କୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପରିହାସ କରିବା ନେଇ କୋର୍ଟ ତାଗିଦ କରିଛନ୍ତି । ଏହା ସହିତ ପଚାରିଛନ୍ତି କେତେ ଜରିମାନା ଲଗାଯିବ ।
ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟା ବାଗଚୀଙ୍କ ପୀଠ କ୍ୟୁରୋ ଏସଏମଏ ଫାଉଣ୍ଡେସନ ଅଫ ଇଣ୍ଡିଆର ଏକ ଯାଚିକା ଉପରେ ଶୁଣାଣି କରିଛନ୍ତି । ଏହି ସଂସ୍ଥା ଦିବ୍ୟାଙ୍ଗଙ୍କ ସାହାଯ୍ୟ କରନ୍ତି । ଯାଚିକାରେ ଦିବ୍ୟାଙ୍ଗଙ୍କ ପ୍ରତି ତାତ୍ସଲ୍ୟ କରିଥିବା ହାସ୍ୟ ଅଭିନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏଥିରେ ସମୟ ରୈନା, ବିପୁନ ଗୋଏଲ, ବଲରାଜ ପରମଜିତ ସିଂ ଘଇ, ସୋନାଲି ଠକ୍କର ଓ ନିଶାନ୍ତ ଜଗଦୀଶ ସାମିଲ ।
ସୁପ୍ରିମକୋର୍ଟ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କ ଗରିମା ଏବଂ ସମ୍ମାନ ରହିଛି । ଏହି ସବୁ ହାସ୍ୟ ଅଭିନେତା ଦିବ୍ୟାଙ୍ଗଙ୍କୁ ତାତ୍ସଲ୍ୟ କରି ନିଜର ବାକ ସ୍ୱାଧୀନତାର ଉଲ୍ଲଂଘନ କରିଛନ୍ତି । କାହାରିକୁ କୌଣସି ବ୍ୟକ୍ତିଙ୍କ ମଜାକ କରିବା ପାଇଁ ଅଧିକାର ଦିଆଯାଇ ନାହିଁ । ତେଣୁ ବିନା କୌଣସି ସର୍ତ୍ତରେ କ୍ଷମା ମାଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ଗରିମାର ରକ୍ଷା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି । ଏହା ସହିତ ପ୍ରଶ୍ନ କରିଛନ୍ତି ଯେ, ଏହି ହାସ୍ୟ ଅଭିନେତାଙ୍କ ଉପରେ କେତେ ଜରିମାନା ଲଗାଯିବା ଉଚିତ୍ । ଏହି ମାମଲାରେ ଗାଇଡଲାଇନ କରିବାକୁ କୋର୍ଟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।
Also read- ଜଷ୍ଟିସ ଅଫତାବ ଆଲମଙ୍କ କୃପାରୁ ଦୁଇ ବର୍ଷ ଧରି ଚାଲିଲା ମୋର ବେଲ୍ ଉପରେ ଶୁଣାଣି: ଅମିତ ଶାହ