ନୂଆଦିଲ୍ଲୀ: ସମ୍ବିଧାନର ୧୩୦ତମ ସଂଶୋଧନକୁ ନେଇ ବିରୋଧୀଙ୍କ ବିରୋଧ ଜାରି କରିଛି । ଏହାକୁ ନେଇ ଅମିତ ଶାହ କଡା ଶବ୍ଦରେ ବିରୋଧୀଙ୍କ ସମାଲୋଚନା କରିଛନ୍ତି । ସୋମବାର ଏକ ସାକ୍ଷାତକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଏହି ସମ୍ବିଧାନ ସଂଶୋଧନ ପ୍ରସ୍ତାବରେ ଯଦି କୌଣସି ନେତା ସଙ୍ଗୀନ ମାମଲାରେ ୩୦ ଦିନରୁ ଅଧିକ ସମୟ ଜେଲରେ କାଟନ୍ତି ତେବେ ସ୍ୱତଃ ପ୍ରବୃତ ଭାବେ ତାଙ୍କର ପଦ ଚାଲିଯିବ । ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ସଭିଙ୍କୁ ପଦ ଛାଡିବାକୁ ପଡିବ ।
ଏହି ପ୍ରାବଧାନ ଉପରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇ ଶାହ ନିଜର କାହାଣୀ ଶୁଣାଇଛନ୍ତି । ସେ କହିଛନ୍ତି ମୋ ବିରୋଧରେ ଯେବେ ସିବିଆଇ ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା ରୁଜୁ କଲା, ତ ମୁଁ ତୁରନ୍ତ ମନ୍ତ୍ରୀ ପଦରୁର ଇସ୍ତଫା ଦେଇଥିଲି । ଏହା ପରେ ଯେବେ ମୋତେ ଜାମିନ ମିଳିଲା, ମୁଁ ସବୁ ସର୍ତ୍ତି ସ୍ୱୀକାର କଲି ଏବଂ ସଂପୂର୍ଣ୍ଣ ମୁକ୍ତ ହେବା ପରେ ହିଁ ପଦ ସ୍ୱୀକାର କଲି ।
ଏହି ସମୟରେ ଅମିତ ଶାହ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଫତାବ ଆଲମଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଅଫତାବ ଆଲମଙ୍କ କୃପାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମୋ ଜାନିମ ଉପରେ ଶୁଣାଣି ଚାଲିଥିଲା । ଦେଶର ଇତିହାସରେ ଏମିତି ପ୍ରଥମ ଥର ଘଟିଥିଲା, ଯେବେ କୌଣସି ଜାମିନ ଆବେଦନ ଉପରେ ଏତେ ଦିନ ଶୁଣାଣି ଚାଲିବ । ଶାହ କହିଛନ୍ତି ଜଷ୍ଟିସ ଅଫତାବ ଆଲମ ରବିବାର ସ୍ୱତନ୍ତ୍ର ଅଦାଲତ ବସାଇ ଜାମିନ ଆବେଦନ ଶୁଣିଥିଲେ । ଏହି ଶୁଣାଣି ସମୟରେ ଅଫତାବ ଆଲମ କହିଛନ୍ତି, ଯଦି ଆପଣ ରାଜ୍ୟରେ ରହିବେ ତେବେ ସାକ୍ଷ୍ୟ ପ୍ରଭାବିତ ହୋଇପାରେ । ଏହା ଉପରେ ମୋ ଓକିଲ କହିଥିଲେ, ଯଦି ଏମିତି ତେବେ ଯେ ପର୍ଯ୍ୟନ୍ତ ଜାମିନ ନ ମିଳିଛି ସେ ପର୍ଯ୍ୟନ୍ତ ମୋ ମହକିଲ ଗୁଜରାଟ ବାହାରେ ରହିବେ ।
ଗୃହ ମନ୍ତ୍ରୀ କହିଛନ୍ତି, ଭାରତର ଇତିହାରେ କୌଣସି ବି ଜାମିନ ଆବେଦନ ଉପରେ ଦୁଇ ବର୍ଷ ଧରି ଶୁଣାଣି ହୋଇ ନ ଥିଲା । ସୂଚନାଯୋଗ୍ୟ, ଗୁଜରାଟର ଗୃହ ମନ୍ତ୍ରୀ ଥିବା ସମୟରେ ଅମିତ ଶାହଙ୍କ ଉପରେ ଅଭିଯୋଗ ହୋଇଥିଲା ଯେ, ଶେଖ ସୋହରାବୁଦ୍ଦିନ ଫେକ ଏନକାଉଣ୍ଟରର ଆଦେଶ ଶାହ ଦେଇଥିଲେ । ଏହି ମାମଲାରେ ସିବିଆଇ ତଦନ୍ତ ଆଦେଶ ତତ୍କାଳୀନ ୟୁପିଏସ ସରକାର ଦେଇଥିଲେ । ଅମିତ ଶାହଙ୍କୁ ପଦରୁର ଇସ୍ତଫା ଦେବାକୁ ପଡିଥିଲା । ତିନି ସପ୍ତାହ ପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ମାତ୍ର ସୁପ୍ରିମକୋର୍ଟରେ ମାମଲା ପହଞ୍ଚିବାରୁ ଜାମିନ ଉପରେ ରୋକ୍ ଲଗାଯାଇଥିଲା । ଉକ୍ତ ଖଣ୍ଡପୀଠର ନେତୃତ୍ୱ ଅଫତାବ ଆଲମ କରୁଥିଲେ ।
Also read: ପ୍ରଥମେ ୧୯୭୧ ଗଣହତ୍ୟା ପାଇଁ ଲିଖିତ ଭାବରେ କ୍ଷମା ମାଗନ୍ତୁ: ବାଂଲାଦେଶ