ନୂଆଦିଲ୍ଲୀ: ଜନ ଅଭିଯୋଗ ଶୁଣାଣି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ ପରେ ଦିଆଯାଇଥିବା ଜେଡ୍ ସୁରକ୍ଷାକୁ ଅପସାରଣ କରାଯାଇଛି । ଆଜିଠାରୁ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିବେ । ସିଆରପିଏଫ୍ ଆଉ ସୁରକ୍ଷାରେ ନିୟୋଜିତ ହେବେ ନାହିଁ ।
ଅଗଷ୍ଟ ୨୦ରେ ସିବିଲ୍ ଲାଇନ୍ସ ଅଞ୍ଚଳରେ ଥିବା ମୁଖ୍ୟମନ୍ତ୍ରୀ ଗୁପ୍ତାଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ହତ୍ୟା ଷଡ଼ଯନ୍ତ୍ର ଆଧାରରେ ରେଖା ଗୁପ୍ତାଙ୍କୁ କେନ୍ଦ୍ର ପକ୍ଷରୁ ଜେଡ୍ ସୁରକ୍ଷା ପ୍ରଦାନ କରାଯାଇଥିଲା । କିନ୍ତୁ ଏଥିପାଇଁ କେନ୍ଦ୍ର ଦ୍ୱାରା କୌଣସି ଔପଚାରିକ ନୋଟିସ୍ ଜାରି କରାଯାଇନଥିଲା । ଫଳରେ ଜେଡ୍ ସୁରକ୍ଷାକୁ ହଟାଇ ଦିଆଯାଇଥିବା ଜଣେ ଅଧିକାରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବା ମାମଲାରେ ଦିଲ୍ଲୀ ପୋଲିସ ଏଯାବତ୍ ଦୁଇ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଗୁଜରାଟ ରାଜକୋଟର ରାଜେଶ ଭାଇ ଖିମଜୀ ଅଟେ ।