ଗଞ୍ଜାମ: ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହସ୍ପିଟାଲ ଏରିୟର ଟଙ୍କା ହଡ଼ପ ମାମଲାରେ ଗଞ୍ଜାମ କୋଦଳା ଡାକ୍ତରଖାନାର ୫ କର୍ମଚାରୀଙ୍କୁ ଭିଜିଲାନ୍ସ ଉଠାଇ ନେଇଛି । ସମସ୍ତଙ୍କୁ ପ୍ରଥମେ ସିଡିଏମଓ କାର୍ଯ୍ୟାଳୟକୁ ନିଆଯାଇ ଜେରା କରାଯାଇଥିଲା । ଏହା ପରେ ଭିଜିଲାନ୍ସ ସେମାନଙ୍କୁ ଆଉ ଏକ ଅଜ୍ଞାତ ତନାଘନା କରାଯାଇଥିଲା। ସେଠାରୁ ପଚରାଉଚରା ପରେ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା ଚାଲିଛି।
କୋଦଳା ଡାକ୍ତରଖାନାରେ ଅଢ଼େଇ କୋଟି ଟଙ୍କା ହେରଫେର ହୋଇଥିବା ଜଣାପଡ଼ିଥିଲା । ଅନ୍ୟ କର୍ମଚାରୀଙ୍କ ନାଁରେ ଅଧିକ ଟଙ୍କା ଏରିୟର ନେଇ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଅଧିକାରୀଙ୍କ ଡିଜିଟାଲ ଦସ୍ତଖତକୁ ଜାଲିଆତି କରି ଟଙ୍କା ହଡ଼ପ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିଥିଲା । ଏହି ମାମଲାରେ ଏଯାବତ ସିଡିଏମ୍ଓ ୭ ଜଣଙ୍କୁ ନିଲମ୍ବିତ କରିସାରିଛନ୍ତି । ତଦନ୍ତ ନେଇ ଭିଜିଲାନ୍ସ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇ ନାହିଁ ।