ପୁରୀ: ଆଜିଠାରୁ ପୁଣି ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଗଣତି ମଣତି ଆରମ୍ଭ ହେବ । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରତ୍ନ ଅଳଙ୍କାର ଗଣତି ଚାଲିବ । ଏହା ପରେ ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ ।
ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଟ୍ରେଜେରିରୁ ଚାବି ଅଣାଯାଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ଗଣତି ସମୟରେ ମହାପ୍ରଭୁଙ୍କ ଦର୍ଶନରେ ଯେପରି ବାଧା ସୃଷ୍ଟି ନ ହୁଏ ତାହାକୁ ଧ୍ୟାନ ଦିଆଯାଇଛି । ଗଣତି ଦିନ ଭିତରକାଠ ଦର୍ଶନ ବନ୍ଦ ରହିବ । ଶ୍ରଦ୍ଧାଳୁମାନେ ବାହାରକାଠରୁ ଦର୍ଶନ କରିବେ । ଗଣତି ଅଳଙ୍କାରର 3D ମ୍ୟାପିଂ, ଫଟୋଗ୍ରାଫି, ଭିଡିଓଗ୍ରାଫି ବି କରାଯିବ। ପରେ ମଣତି ଭଣ୍ଡାର ମେକାପଙ୍କୁ ଦିଆଯିବ। ଏଥିରେ ଅଧିକୃତ ସେବକ, ଅଧିକାରୀ, ବଣିଆ, ଆରବିଆଇ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିବେ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ।
୧୯୭୮ ମସିହାରେ ହୋଇଥିବା ଗଣତିମଣତି ତାଲିକା ସହିତ ମେଳକ କରାଯିବା ୧୯୮୨ ଓ ୧୯୮୫ରେ ଅଳଙ୍କାର ଖର୍ଚ୍ଚକୁ ହିସାବକୁ ନିଆଯିବ ।