ଭୁବନେଶ୍ୱର: .ଖୁବଶୀଘ୍ର ଭୁବନେଶ୍ୱର ନୟାପଲ୍ଲୀ ସାଲିଆ ସାହି ନିକଟସ୍ଥ ନିର୍ମାଣଧୀନ ରାସ୍ତା ଶେଷ ହେବ । ଆସନ୍ତା ଏପ୍ରିଲ ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ମନ୍ତ୍ରୀ ଆଜି ନୟାପଲ୍ଲୀ ସାଲିଆ ସାହି ନିକଟରେ ନିର୍ମାଣାଧୀନ ସମାନ୍ତରାଳ ରାସ୍ତା (Left Parallel Road) କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରି ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହରରେ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏହି ରାସ୍ତା ଏକ ମୁଖ୍ୟ ମାଧ୍ୟମ ସାଜିବ ଏବଂ ଯାତାୟାତକୁ ଅଧିକ ସହଜ ଓ ସୁଗମ କରିବ। ଏହାଦ୍ୱାରା ସିଆରପିଏଫ୍ ଛକ, ଉତ୍କଳ ହସ୍ପିଟାଲ, ଇନଫୋସିସ୍ ଓ କିମ୍ସ୍ , କିଟ୍ ଅଞ୍ଚଳକୁ ଯୋଗାଯୋଗ ବହୁତ ସହଜ ହୋଇପାରିବ।
ଏହି ସମୀକ୍ଷାରେ ମନ୍ତ୍ରୀଙ୍କ ସହିତ ସର୍ବୋଚ୍ଚ ଯନ୍ତ୍ରୀ (ରାସ୍ତା) ଇଂ. ଧ୍ୟାନଚାନ୍ଦ ନାୟକ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ମନୋଜ ମହାନନ୍ଦ, ଅଧୀକ୍ଷଣ ଯନ୍ତ୍ରୀ (ରାସ୍ତା ଓ ଗୃହ, ଡିଭିଜନ-୩) ଇଂ. ନରେନ୍ଦ୍ର କୁମାର ଘଡେଇ ଏବଂ ବିଭାଗୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।