ଝାରସୁଗୁଡା: ପଶ୍ଚିମ ଓଡିଶା ପାଇଁ ଆସୁଛି ଏକ ବଡ଼ ଖୁସିର ଖବର। ଖୁବଶୀଘ୍ର ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା। ଏହି ସେବା ଆରମ୍ଭ ହେଲେ ଝାରସୁଗୁଡା ଆଉ ଏକ ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ଭାବେ ଉଭୁ କରିବାର ଆଶା ବଢ଼ିଛି।
ଏପର୍ଯ୍ୟନ୍ତ ଏଠାରୁ ସାମଗ୍ରୀ ରୋଡ୍ ଓ ରେଳ ମାଧ୍ୟମରେ ପରିବହନ ହେଉଥିଲା। କିନ୍ତୁ ଏବେ ବିମାନ ମାଧ୍ୟମରେ ସିଧାସଳଖ ଦେଶ ଓ ବିଦେଶକୁ ପଣ୍ୟ ପଠାଇବାର ସୁବିଧା ମିଳିବ। ଏଥିରୁ ବ୍ୟବସାୟୀ, ଶିଳ୍ପପତି ଓ କୃଷକମାନେ ବହୁତ ଲାଭାନ୍ଵିତ୍ୱ ହେବେ। ବିଶେଷ କରି ଅଳ୍ପ ସମୟରେ ନଷ୍ଟ ହେଉଥିବା ଖାଦ୍ୟସାମଗ୍ରୀ, ଫଳ,ପନିପରିବା ଓ ଅନ୍ୟାନ୍ୟ ଦ୍ରବ୍ୟକୁ ଶୀଘ୍ର ଗନ୍ତବ୍ୟସ୍ଥାନକୁ ପଠାଇବାରେ ଏହି ସେବା ବହୁତ ସହାୟକ ହେବ। ଏହା ଦ୍ୱାରା ସମୟ ଓ ଖର୍ଚ୍ଚ ଉଭୟ କମିବା ସହ ବ୍ୟବସାୟରେ ଗତି ଆସିବ।
ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରିଗଡ ଓ ଖିଣ୍ଡା
ଝାରସୁଗୁଡାର ଭୌଗଳିକ ସ୍ଥିତି ଓ ଭିତ୍ତିଭୂମି ଦୃଷ୍ଟିରୁ ଏହା କାର୍ଗୋ ହବ୍ ଭାବେ ଉନ୍ନତି କରିବାକୁ ସୁଯୋଗ ରହିଛି। ଏନେଇ ବିମାନବନ୍ଦରରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ସେବା ଆରମ୍ଭ ନେଇ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।
ପ୍ରାଥମିକ ପର୍ଯ୍ୟାୟରେ କ୍ଷୁଦ୍ର ମାପରେ ଏୟାର କାର୍ଗୋ ପରିବହନ ଆରମ୍ଭ କରାଯିବ। ପରେ ଚାହିଦା ବଢ଼ିଲେ ବୃହତ ପରିମାଣରେ ସେବା ବିସ୍ତାର କରାଯିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏୟାର କାର୍ଗୋ ସେବା ଆରମ୍ଭ ହେଲେ ଝାରସୁଗୁଡାର ଆର୍ଥିକ ଉନ୍ନତିକୁ ନୂଆ ଗତି ମିଳିବ। ପଶ୍ଚିମ ଓଡିଶାର ବ୍ୟବସାୟ ଓ ଶିଳ୍ପକ୍ଷେତ୍ର ପାଇଁ ଏହା ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହେବ।
ଅଧିକ ପଢନ୍ତୁ: ରାତିରେ ମଧ୍ୟ ଦିନଭଳି ଝଲସିବ ଶ୍ରୀମନ୍ଦିର, ୧୮ କୋଟି ଖର୍ଚ୍ଚରେ ହେବ ଆଲୋକୀକରଣ ପ୍ରକଳ୍ପ