ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରିଗଡ ଓ ଖିଣ୍ଡା। ଏହି ଦୁଇଟି ସ୍ଥାନକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖିଣ୍ଡା ଗସ୍ତରେ ଯାଇଥିବାବେଳେ ଏହି ଗ୍ରାମର ସୌନ୍ଦର୍ଯ୍ୟୀକରଣ ସହ ଏହାକୁ ଏକ ଦର୍ଶନୀୟ ସ୍ଥାନରେ ପରିଣତ କରିବା ପାଇଁ ଉଦ୍ୟମ କରିବେ ବୋଲି ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସ୍ବଦେଶ ଦର୍ଶନ ଯୋଜନା ପୂରଣ ହେବାକୁ ଯାଉଛି।
ସୂଚନା ମୁତାବକ , କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଅକ୍ଟୋବର ୨୩ରେ ଖିଣ୍ଡା ଗସ୍ତରେ ଯାଇଥିବାବେଳେ ଏହି ଗ୍ରାମର ସୌନ୍ଦର୍ଯ୍ୟୀକରଣ ସହ ଏହାକୁ ଏକ ଦର୍ଶନୀୟ ସ୍ଥାନରେ ପରିଣତ କରିବା ପାଇଁ ଉଦ୍ୟମ କରିବେ ବୋଲି ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ଏକ ଚିଠି ଲେଖିଥିଲେ ସେହି ପତ୍ରରେ ଉଲ୍ଲେଖ କରିଥିଲେ ଯେ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରିଗଡ଼ ଅଭୟାରଣ୍ୟ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ସେହିପରି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ନାମିତ କରି ଏହି ମହାନ ସଂଗ୍ରାମୀଙ୍କୁ ସମ୍ମାନ ଦେଇଛନ୍ତି। ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସେ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ଏହି ଗ୍ରାମର ବିକାଶ ହେଲେ ତାଙ୍କ ଜନ୍ମସ୍ଥାନକୁ ଆସି ଲୋକମାନେ ଏହି ବୀର ସଂଗ୍ରାମୀଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ଜାଣିପାରିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ସମଗ୍ର ଭାରତବର୍ଷରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ାଇବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ଏହାସହିତ ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶୃତି ପୁରାଣ କରିଛନ୍ତି କେନ୍ଦ୍ର ଦକ୍ଷତା ବିକାଶ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।