ଭୁବନେଶ୍ୱର: ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ବିଶ୍ୱରଞ୍ଜନ ମଲ୍ଲିକ, ସୁଜାତା ସାହୁ, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟଙ୍କ ସମେତ ଅନେକ ପ୍ରମୁଖ ନେତା ସାମିଲ ହୋଇଛନ୍ତି । ବୈଠକ ପରେ ପ୍ରମିଳା ମଲ୍ଲିକ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ଆଲୋଚନା ହୋଇଥିବା କହିଛନ୍ତି ।
ଦଳୀୟ ସଂଗଠନ ନେଇ ଆଲୋଚନା ହୋଇଛି । ନବୀନଙ୍କ ନିର୍ଦ୍ଦେଶରେ ପ୍ରତି ଜିଲ୍ଲାରେ ବୈଠକ ବସୁଛି । ସେହିପରି ଯାଜପୁର ସଂଗଠନ ଓ ଆଗକୁ ଥିବା ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ନେଇ ଆଲୋଚନା ହୋଇଛି । ଏପ୍ରିଲ ୧୭ ତାରିଖରେ ପ୍ରତି ଜିଲ୍ଲାରେ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ ହେବ । ଏ ସବୁ ସମ୍ପର୍କରେ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବାକୁ ନବୀନ ନିବାସ ଯାଉଛୁ ।
ସେହିପରି ପ୍ରମିଳା କହିଛନ୍ତି ଯେ ଦଳ ବିରୋଧୀ କାମ ଯିଏ କରିବ, ବିଦା ହେବ। ଏହାର ଆଦୌ କିଛି ଫରକ ପଡ଼ିବନି । ବିଜେଡ଼ି ଏକ ବିରାଟ ଦଳ । ବିଜେଡ଼ିରୁ ଜଣେ ପଳେଇଲେ 10 ଜଣ ଆସିବେ । ତେଣୁ ଜଣେ ଗଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।