ନୂଆଦିଲ୍ଲୀ: ଏପ୍ରିଲ ୯ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆସାମରେ ବଡ ରାଜନୈତିକ ଭୂକମ୍ପ ସୃଷ୍ଟି ହୋଇଛି । ମଙ୍ଗଳବାର ଏପ୍ରିଲ ୭ରେ ଆସାମ ପୋଲିସର ଏକ ଟିମ୍ ଦିଲ୍ଲୀ ପୋଲିସର ସହଯୋଗରେ କଂଗ୍ରେସ ନେତା ପବନ ଖେଡାଙ୍କ ଦିଲ୍ଲୀ ସ୍ଥିତ ନିଜାମୁଦ୍ଦୀନ ଇଷ୍ଟ ବାସଭବନ ଉପରେ ଚଢାଉ କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମାଙ୍କ ଦ୍ୱାରା ରୁଜୁ ଏଫଆଇଆର ଆଧାରରେ କରାଯାଇଛି । ଖେଡା ନିକଟରେ ରିଙ୍କି ଭୂୟାଁ ଉପରେ ତିନି ଦେଶର ପାସପୋର୍ଟ ରଖିବା ଏବଂ ବିଦେଶରେ ଅଚଳ ସଂପତ୍ତି ଥିବାର ଗମ୍ଭୀର ଆରୋପ ଲଗାଇଥିଲେ ।
ଗିରଫ କରିବାକୁ ଆସିଥିଲା ପୋଲିସ ?
ସୂତ୍ର ମୁତାବକ ଟିମ୍ ପବନ ଖେଡାଙ୍କୁ ଜେରା କରିବା ଓ ଜରୁରୀ ଦସ୍ତାବିଜ ଜବତ କରିବାକୁ ପହଞ୍ଚିଥିଲା । କିିଛି ରିପୋର୍ଟରେ କୁହାଯାଇଛି ଯେ, ଟିମ୍ ଗିରଫ କରିବାକୁ ଯାଇଥିଲା, ମାତ୍ର ଖେଡା ନ ଥିବାରୁ କେବଳ ଘରର ତଲାସି ନିଆଯାଉଛି । ଖେଡା ଅଭିଯୋଗ କରିଥିଲେ ଯେ, ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ନିକଟରେ ଇଜିପ୍ଟ, ୟୁଏଇ ଓ ଆଣ୍ଟିଗୁଆ ଆଣ୍ଡ ବାର୍ବାଡୋସ ପରି ତିନି ଅଲଗା ଅଲଗା ଦେଶର ପାସପୋର୍ଟ ରହିଛି ।
ଜେଏମଏମ ଏବଂ କଂଗ୍ରେସ ମଧ୍ୟରେ ଉତ୍ତେଜନା: ଫାଇଦା ଉଠାଇବାକୁ ଆରଜେଡିର ଉଦ୍ୟମ
ଏହା ସହିତ ଦୁବାଇରେ ହାଇ ଆଣ୍ଡ ପ୍ରପର୍ଟି ଓ ଆମେରିକାରେ ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ମଧ୍ୟ କରିଥିବା ଅଭିଯୋଗ କରିଥିଲେ ଖେଡା । ଖେଡା କହିଥିଲେ, ଏହି ଦସ୍ତାବିଜ ବିଶ୍ୱସନୀୟ ଅନ୍ତର୍ଜାତୀୟ ସ୍ରୋତରୁ ମିଳିଛି ଏବଂ କଂଗ୍ରେସ ଯଥା ଶୀଘ୍ର ପ୍ରମାଣ ଉପସ୍ଥାପନ କରିବ । ଏହି ଅଭିଯୋଗ ଆସାମ ବିଧାନସଭା ୨୦୨୬ ପ୍ରଚାର ସମୟରେ ଆସିଛି ।
କଂଗ୍ରେସ ନେତା ପବନ ଖେଡାଙ୍କ ଘର ଉପରେ ପୋଲିସର ରେଡକୁ ନେଇ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ସେ ଗତକାଲିଠୁ ଗୌହାଟୀରୁ ଫେରାର ମାରିଛନ୍ତି । ମୁଁ ମିିଡିଆରୁ ଜାଣିବାକୁ ପାଇଛି ଯେ, ପୋଲିସ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଯାଇଥିଲେ, ମାତ୍ର ସେ ହାଇଦ୍ରାବାଦ ପଳାୟନ କରିଥିବା ଜଣା ପଡିଛି । ଏବେ ଆଇନ ତା ବାଟରେ କାମ କରିବ ।