ପୁଣି ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳି ହୋଇଛି। ଏହାକୁ ନେଇ ଓଡ଼ିଶାର ରାଜନୀତିରେ ଚର୍ଚ୍ଚା ଜୋରଦାର ହେଉଛି। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇବା ପରେ ଏହି ବୈଠକ ଆୟୋଜନ ହୋଇଥିବାରୁ ଦଳୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଯାଜପୁର ସଂଗଠନକୁ ମଜବୁତ କରିବା ସହିତ ଆଗାମୀ ରାଜନୀତିକ ପଦକ୍ଷେପ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ପ୍ରମିଳା ମଲ୍ଲିକଙ୍କ ସହ ବିଶ୍ୱ ମଲ୍ଲିକ, ସୁଜାତା ସାହୁ, ପ୍ରୀତି ରଞ୍ଜନ ଘଡ଼ାଇ ଓ ପ୍ରଣବ ବଳବନ୍ତରାୟଙ୍କ ସମେତ ଅନେକ ପ୍ରମୁଖ ନେତା ଉପସ୍ଥିତ ଥିଲେ। ଏହି ମେଳିକୁ ନେଇ ଦଳ ଭିତରେ ଗୁପ୍ତ ରଣନୀତି ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ଅନ୍ୟପଟେ, ଭଦ୍ରକ ଜିଲ୍ଲାର ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୁକ୍ତିକାନ୍ତ ମଣ୍ଡଳ ଓ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତକାଲି ବିଜେଡିରୁ ନିଲମ୍ବନ କରାଯାଇଛି। ଏହି ସସପେଣ୍ଡ ପରେ ହୋଇଥିବା ବୈଠକକୁ ନେଇ ରାଜନୀତିକ ମହଳରେ ବିଭିନ୍ନ ଆଲୋଚନା ଚାଲିଛି। ଏହା କେବଳ ସଂଗଠନ ମଜବୁତିକରଣ ପାଇଁ କିମ୍ବା ଆଗାମୀ ନିର୍ବାଚନକୁ ନଜରରେ ରଖି ନୂଆ ରଣନୀତିର ଆରମ୍ଭ, ସେନେଇ ସ୍ପଷ୍ଟ ସୂଚନା ଆସିନାହିଁ।
ଅଧିକ ପଢନ୍ତୁ: ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ବଡ଼ ବୈଠକ; ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟଙ୍କ ସମେତ ଛାମୁଆ ନେତା ଏକାଠି