ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । କେନ୍ଦ୍ର ମନ୍ତ୍ରୀ ତିନୋଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ, ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ ଏବଂ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ଆଲୋଚନା ହୋଇଛନ୍ତି ।
ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ସରକାରଙ୍କ ସହିତ ଆଲୋଚା ହୋଇଛି । ଏଥିପାଇଁ ପୂର୍ବରୁ ମଧ୍ୟ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା । କାମର ଅଗ୍ରଗତି ଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ସେହିପରି ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ରହିଛି ।
ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନିକିଆ ରାଉରକେଲା ଗସ୍ତରେ ଆସି ପାରନ୍ତି । ଏହା ଚୂଡ଼ାନ୍ତ ହୋଇ ନାହିଁ । ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଓରାମଙ୍କ ମଧ୍ୟରେ ଆଲୋଚନା ହୋଇଛି ।