କଟକ: ବହୁଚର୍ଚ୍ଚିତ ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ମାମଲାରେ ଆସିଛି ଏକ ବଡ଼ ଅପଡେଟ୍। କଟକ JMFC କୋର୍ଟ ହାର୍ଡକୋର ଅପରାଧୀ ରାଜା ସାହାଣୀଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କର୍ଣ୍ଣାଟକ ପୋଲିସକୁ ଅନୁମତି ଦେଇଛି।
କର୍ଣ୍ଣାଟକ ପୋଲିସଙ୍କ ଆବେଦନକୁ ମଞ୍ଜୁର କରି କୋର୍ଟ ଆସନ୍ତା ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଏହି ସମୟରେ ରାଜାଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଉଚରା କରାଯିବ ଏବଂ ଲୁଟ ମାମଲାର ଅନେକ ଗୁପ୍ତ ତଥ୍ୟ ଖୁଲାସା ହେବାର ଆଶା ରହିଛି।
ସୂଚନାଯୋଗ୍ୟ, ପ୍ରାୟ ୬ ମାସ ପରେ ରାଜା ସାହାଣୀ ପୁଣିଥରେ ଚୌଦ୍ୱାର ଜେଲରେ ରହୁଥିଲେ। ତାଙ୍କୁ ହାଇ ସିକ୍ୟୁରିଟି ୱାର୍ଡରେ ରଖାଯାଇଥିଲା ଏବଂ ତାଙ୍କ ଗତିବିଧି ଉପରେ ୨୪ ଘଣ୍ଟିଆ କଡ଼ା ନଜର ରଖାଯାଉଥିଲା। ଜେଲ ପ୍ରଶାସନ ତାଙ୍କୁ ଡବଲ ସିସିଟିଭି ସର୍ଭେଲାନ୍ସ ଭିତରେ ରଖିଥିବା ବେଳେ ଏକ ସ୍ୱତନ୍ତ୍ର ଟିମ୍ ମନିଟରିଂ କରୁଥିଲା। ଅନ୍ୟପଟେ ରାଜା ସାହାଣୀକୁ ଚୌଦାର ସର୍କଲ ଜେଲ୍ରୁ ଭୁବନେଶ୍ବର ଝାରପଡା ସ୍ବତନ୍ତ୍ର ଜେଲ୍ କିମ୍ବା ବ୍ରହ୍ମପୁର ସର୍କଲ ଜେଲ୍କୁ ସ୍ଥାନାନ୍ତର କରାଯିବାକୁ ଯାଜପୁର ଏଡିଜେ କୋର୍ଟରେ ଚୌଦାର ସର୍କଲ ଜେଲ୍ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ରିମାଣ୍ଡରେ ନେଇ କର୍ଣ୍ଣାଟକ ପୋଲିସ ରାଜାଙ୍କୁ ପଚରାଉଚରା କରିବା ସହ ଲୁଟ ଘଟଣାର ପଛରେ ଥିବା ଅନ୍ୟ ଅଭିଯୁକ୍ତ ଓ ନେଟୱର୍କ ସମ୍ପର୍କରେ ତଥ୍ୟ ଆଦାୟ କରିବ।
ଅଧିକ ପଢନ୍ତୁ: ରାଜା ସାହାଣୀର ଲୁଟ୍ କାହାଣୀ: ୨୮ ମାମଲା, ଟାର୍ଗେଟରେ ଥିଲା ନିର୍ଜନ ସ୍ଥାନରେ ଥିବା ଦୋକାନ