ଭୁବନେଶ୍ୱର: ସମ୍ପ୍ରସାରିତ ହେବ ମେଟ୍ରୋ ପ୍ରକଳ୍ପ। ଏଣିକି କେବଳ ଭୁବନେଶ୍ୱର ବିମାନ ବନ୍ଦରରୁ କେବଳ ତ୍ରିଶୁଳିଆ ନୁହେଁ, କଟକ ବସଷ୍ଟାଣ୍ଡ କିମ୍ବା ଏସସିବି ଯାଏଁ ସମ୍ପ୍ରସାରିତ ହେବ। ଏନେଇ ଯୋଜନା ଚାଲୁଥିବା ନେଇ ବଡ଼ ଘୋଷଣା କରିଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ମନ୍ତ୍ରୀ କହିଛନ୍ତି, କଟକ ବସଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ସଂପ୍ରସାରଣ ହେବ। ମେଟ୍ରୋ ପାଇଁ କମିଟି ଗଠନ କରାଯାଇଛି । ବିଭିନ୍ନ ସହର ବୁଲି ଏହି କମିଟି ଅନୁଧ୍ୟାନ କରୁଛି । ନୂଆ ଡିପିଆର ବି ପ୍ରସ୍ତୁତ କରାଯାଉଛି । କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସହଯୋଗରେ ମଧ୍ୟ ଏହି ମେଟ୍ରୋ ପ୍ରକଳ୍ପ ପାଇଁ ସହଯୋଗ ଦେବ ବୋଲି କହିଛନ୍ତି ମନ୍ତ୍ରୀ ।
ତେବେ ପୂର୍ବରୁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରସେନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମେଟ୍ରୋ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପଥ ନିର୍ମାଣ ହେବ । ଏଥିପାଇଁ ୬ହଜାର ୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ ପକ୍ଷରୁ ୩ଟି ପର୍ଯ୍ୟାୟରେ ୧୯ଟି ମେଟ୍ରୋ ଷ୍ଟେସନ ସହ ମେଟ୍ରୋ ରେଳ ପଥ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହୋଇଛି ।