ବର୍ତ୍ତମାନ ଶିଖର ଧୱନ ସୋସିଆଲ ମିଡିଆରେ ରାଜ କରୁଛନ୍ତି। ଏହି କ୍ରିକେଟର ଗତ କିଛି ଦିନ ଧରି ଖବରର ଶିରୋନାମାରେ ଅଛନ୍ତି ଏବଂ ଏହାର କାରଣ ହେଉଛି ତାଙ୍କ ସହିତ ନଜରରେ ଆସୁଥିବା ଯୁବତୀ । ଏବେ ଶିଖର ଏହି ଯୁବତୀଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ସ୍ପଷ୍ଟ କରିଛନ୍ତି। ଦୁହେଁ ପ୍ରେମରେ ଅଛନ୍ତି ଏବଂ ଏହା ଆମେ କହୁନାହୁଁ ବରଂ ଶିଖର ଏବଂ ତାଙ୍କ ନୂତନ ପ୍ରେମିକା ସୋଫି ସାଇନଙ୍କ ସୋସିଆଲ ମିଡିଆ ପୋଷ୍ଟ ଏହା କହୁଛି। ସୋସିଆଲ ମିଡିଆରେ ଏହି ପୋଷ୍ଟଟି ଆସିବା ମାତ୍ରେ ଭାଇରାଲ ହୋବାରେ ଲାଗିଛି । ଏହି ପ୍ରେମ ସଂପର୍କର ଘୋଷଣା କରିଛନ୍ତି ନିଜେ ସୋଫି । ଦୁହେଁ ଗଭୀର ପ୍ରେମରେ ପଡ଼ିଛନ୍ତି, ଏହା ସେମାନଙ୍କ ଫଟୋ ଏବଂ ପୋଷ୍ଟର କ୍ୟାପସନରୁ ଅନୁମାନ କରାଯାଇପାରେ। ଏହି ଫୋଟରୁ ଜଣାପଡୁଛି ଯେ ସେମାନେ ଆନୁଷ୍ଠାନିକ ଭାବେ ଏକାଠି ଅଛନ୍ତି।
ପୋଷ୍ଟ ଦେଖିବା ପରେ, ଶିଖର ଧୱନଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଇଛନ୍ତି ଏବଂ ତାଙ୍କ ପୋଷ୍ଟରେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। ଶିଖର ଧାୱନ ଗୁରୁବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସୋଫି ସାଇନଙ୍କ ସହ ତାଙ୍କ ସମ୍ପର୍କକୁ ସ୍ୱୀକାର କରି ଅନେକ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଶିଖର ଧୱନ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୋଫି ସାଇନଙ୍କ ସହ ଏକ ସହଯୋଗ ପୋଷ୍ଟ ସେୟାର କରିଛନ୍ତି। ଶିଖର ବହୁତ ଦିନ ଧରି ପ୍ରଶ୍ନଗୁଡ଼ିକୁ ଏଡ଼ାଇ ଯାଉଥିଲେ, କିନ୍ତୁ ଏବେ ସେ ଦୁନିଆକୁ କହିସାରିଛନ୍ତି ଯେ ସେମାନଙ୍କ ସମ୍ପର୍କର ନାମ । ସୂଚନାଯୋଗ୍ୟ ଶିଖର ଧୱନ ୨୦୧୧ ମସିହାରେ ଆଇସା ମୁଖାର୍ଜୀଙ୍କୁ ପ୍ରଥମେ ପ୍ରେମ ବିବାହ କରିଥିଲେ । ଦୀର୍ଘ 11 ବର୍ଷ ପରେ ୨୦୨୩ ମହିହାରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିଥିଲା ।