ଜଗତସିଂହପୁର :ଜଗତସିଂହପୁର ତାରପୁର ବଜାର ନିକଟ ମାହାଳ ହାଟ ପିଇଁପୁର ନିକଟରେ ଅଘଟଣ । ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଆଠ ଜଣ ଯୁବକ । ସାତ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଥିଲେ । ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ନଦୀ ଭିତରୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ସା ପୁର ଗାଁର ଅମିତ ମଲିକ । ସେ ଭୁବନେଶ୍ୱରରେ ରହି ଏକ ଘରୋଇ କଲେଜରେ ହୋଟେଲ ମ୍ୟାନେଜମେଣ୍ଟ ପଢ଼ୁଥିବା ବେଳେ ଖରା ଛୁଟିରେ ଗାଁକୁ ଆସିଥିଲେ । ଆଜି ସେ ଗାଁ ନିକଟସ୍ଥ ଅନ୍ୟ ସାଙ୍ଗ ମାନଙ୍କ ସହିତ ମହାନଦୀକୁ ଗାଧୋଇବାକୁ ଆସିଥିବା ବେଳେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ । ଦୀର୍ଘ ପାଞ୍ଚ ଘଣ୍ଟା କାଳ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀର ଖୋଜାଖୋଜି କରିବା ପରେ ମୃତ ଦେହକୁ ଉଦ୍ଧାର କରିଥିଲେ ।