ଜଗତସିଂହପୁର: ସାମାନ୍ୟ ବଚସାକୁ ନେଇ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଘରୁ ଡାକି ନେଇ ଛୁରୀ ଭୁସି ଅତି ନିର୍ମମ ଭାବେ ସାଙ୍ଗକୁ ହତ୍ୟା କରିଛି ଦୁର୍ବୃତ୍ତ । ଏଭଳି ଏକ ଅଘଟଣ ଘଟିଯାଇଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ । ମୃତ ଯୁବକ ଜଣଙ୍କ ରମାକାନ୍ତ ବେହେରା ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ମଙ୍ଗରାଜପୁର ଗ୍ରାମର ରମାକାନ୍ତଙ୍କ ସହ ତାଙ୍କ ସାଙ୍ଗ ମାନଙ୍କ ମଧ୍ୟରେ କୌଣସି କଥା କୁ ନେଇ ଗତକାଲି ସଂନ୍ଧ୍ୟା ରେ ସାମାନ୍ୟ ବଚସା ହୋଇଥିଲା। ସେହି ବଚସା କୁ କେନ୍ଦ୍ର କରି ସାଙ୍ଗ ମାନେ ବିଳମ୍ବିତ ରାତିରେ ରମାକାନ୍ତ କୁ ଶୋଇଥିବା ଅବସ୍ଥାରେ ଘରୁ ଡାକିନେଇ ଗାଁ ବାଙ୍କମୁଣ୍ଡା ପୋଲ ନିକଟରେ ହତ୍ୟା କରି ଗାଁ ବିଣାପାଣୀ କ୍ଲବ ଚଉରା ନିକଟରେ ପକାଇ ଦେଇଥିଲେ।
ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ କୁଜଙ୍ଗ ମେଡିକାଲ ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଛନ୍ତି। ଘଟଣା ରେ ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ ମୁଖ୍ୟ ଆସାମୀ ଫେରାଇ ହୋଇଯାଇ ଥିବା ଜଣା ପଡିଛି। ତେବେ ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ଘଟିଛି,ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହିତ ସଂପୃକ୍ତ ୩ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇବା ସହିତ ଅନ୍ୟ କେଉଁ ମାନେ ସଂପୃକ୍ତ ଅଛନ୍ତି ଏହାକୁ ନେଇ ଅଧିକ ଛାନଭିନ୍ ଚଳାଇଛି ବୋଲି ଏସଡିପିଓ ଚିନ୍ମୟ ରାଉତ୍ ପ୍ରକାଶ କରିଛନ୍ତି।