ଉଦଳା : ଗଛରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ଏହି ଦୁଖଦ ଘଟଣା ଉଦଳା ଥାନା ରାଇଦାଣ୍ଡିଆ ଗାଁରେ ଘଟିଛି। ମୃତ ଛାତ୍ରୀ ଉଦଳା ଥାନା ଅନ୍ତର୍ଗତ ରାଇଦାଣ୍ଡିଆ ଗାଁର ରେଖା ମଢେଇ ଏବଂ ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପିଜି ଛାତ୍ରୀ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି। ତେବେ ପ୍ରେମ ବ୍ୟାପାରରୁ ଛାତ୍ରୀ ଜୀବନ ହାରିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ଏ ନେଇ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଅଧିକ ପଚରାଉଚରା କରୁଛି ପୋଲିସ।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ରେଖା ଖାଇ ସାରି ନିଜ ରୁମକୁ ଶୋଇବାକୁ ଯାଇଥିଲେ। ହେଲେ ଆଜି ସକାଳେ ବିଲ ଭିତରେ ଥିବା ଆମ୍ବ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ସ୍ଥାନୀୟ ଲୋକ ଉଦଳା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି। ତେବେ ରେଖାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି କାରଣ ଅସ୍ପଷ୍ଟ ରହିଛି। ତେବେ ଏହି ଘଟଣା ବାବଦରେ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଅଧିକ ପଚରାଉଚରା କରୁଛି ପୋଲିସ। ତେବେ ଉକ୍ତ ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।