ଭୁବନେଶ୍ୱର : ଆସନ୍ତା ମେ ୫ରେ ରାଜ୍ୟରେ ସମସ୍ତ ଜିଲ୍ଲାରେ ଜନସାଧାରଣଙ୍କ ପାଇଁ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏଥିସହିତ ସମସ୍ୟାର ସମାଧାନ ନେଇ ଓଡ଼ିଶା ସରକାର ଘୋଷଣା କରିଛନ୍ତି ।
ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗ ସୂଚନା ଅନୁଯାୟୀ, ଏହି ଶୁଣାଣି କାର୍ଯ୍ୟକ୍ରମ ପାଇଁ ଅନଲାଇନ୍ ପଞ୍ଜୀକରଣ ମେ ୨ତାରିଖ ସକାଳ ୧୧ଟାରୁ ଜନଶୁଣାଣି ପୋର୍ଟାଲ୍ (https://janasunani.odisha.gov.in/) ମାଧ୍ୟମରେ ଆରମ୍ଭ ହୋଇଛି । ଯେଉଁ ଲୋକମାନେ ଅଭିଯୋଗ କରିବାକୁ ଚାହୁଁଥିବେ ସେମାନେ ସେଥିପାଇଁ ସମ୍ପୃକ୍ତ ଜିଲ୍ଲାର କଲେକ୍ଟର ଏବଂ ପୋଲିସ ଅଧୀକ୍ଷକଙ୍କୁ ଭେଟି ପଞ୍ଜୀକରଣ କରିପାରିବେ। ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଓ ନିର୍ଦ୍ଧିଷ୍ଟ ସ୍ଥାନରେ ପଞ୍ଜୀକରଣର ରସିଦ ସହିତ ବ୍ୟକ୍ତିଗତ ପରିଚୟ ପତ୍ର ଏବଂ ଲିଖିତ ଅଭିଯୋଗ ଆବେଦନ ନିଜ ସାଥିରେ ରଖିବାକୁ ପଡିବ।
ତେବେ ଯେଉଁମାନେ ଅଭିଯୋଗ ପଞ୍ଜିକୃତ କରିପାରିନଥିବେ ସେମାନେ ମଧ୍ୟ ଶୁଣାଣି ଶିବିରରେ ସିଧାସଳଖ ନିଜର ଅଭିଯୋଗ ଦାଖଲ କରିପାରିବେ।