ପୁରୀ :ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ । ଆଜି ରଥନିର୍ମାଣର ଆଜି ତୃତୀୟ ଦିନରେ ରଥ ନିର୍ମାଣରେ ଲାଗିପଡିଛନ୍ତି କାରିଗର । ଶ୍ରୀଜିଉ ମାନଙ୍କ ଲାଗି ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥ ନିର୍ମାଣ ପର୍ବ । ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ଶ୍ରୀନଅର ସମ୍ମୁଖ ଯଜ୍ଞସ୍ଥଳରେ ହୋମଯଜ୍ଞ ପୂର୍ବକ ରଥ ନିର୍ମାଣ ଅନୁକୂଳ କରାଯାଇଛି । ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ସମେତ ଅନ୍ୟ ସେବକ ମାନେ ରଥ ନିର୍ମାଣ ପାଇଁ ଶାଢ଼ୀ ବନ୍ଧାଇ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ମହାରଣା ସେବକ ମାନେ ବଡ ବଡ କାଠକୁ ତୁମ୍ଭ ପାଇଁ କାଠକୁ କାଟି ଅଲଗା କରୁଛନ୍ତି। ତାଳଧ୍ବଜ ରଥ ପାଇଁ ୧୪ଟି ତୁମ୍ଵ,ନନ୍ଦିଘୋଷ ରଥ ପାଇଁ୧୬ଟି ତୁମ୍ଭ ଓ ଦର୍ପଦଳନ ରଥ ପାଇଁ ୧୨ଟିତୁମ୍ଭ କଟାଯାଇ ସେଥିରେ ଚକ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
ଅନ୍ୟପଟେ ବୁଧବାର ଅକ୍ଷୟ ତୃତୀୟାରୁ ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇସାରିଛି । ଜଳକ୍ରୀଡ଼ା କରିଛନ୍ତି ମହାପ୍ରଭୁ । ୨୧ ଦିନ ଧରି ଏହି ଯାତ୍ରା ଚାଲିବ । ନରେନ୍ଦ୍ର ପୋଖରୀରେ ଚାପ ଖେଳିବେ ମହାପ୍ରଭୁ । ଆସନ୍ତା ଜୁନ ୨୭ରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଏହା ପୂର୍ବରୁ ରଥ ପ୍ରସ୍ତୁତ ରହିବ ।