ଭଦ୍ରକ: ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଶିଶୁ ମୃତ ଘଟିଛି। ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧିନ ସାହାପୁର ପଞ୍ଚାୟତ ଶିଣୀପୁର ଗାଁରେ ଘଟିଛି ଏହି ଅଘଟଣ। ଘରେ ଠାକୁର ପୂଜା ପାଇଁ ଆୟୋଜନ ଚାଲିଥିବା ବେଳେ ଘରର ସମସ୍ତେ ଲୋକ କାମରେ ବ୍ୟସ୍ତ ଥିଲେ। ଦୁଇଟି ଶିଶୁ ଖେଳୁଥିବା ବେଳେ ଅଜାଣତରେ ବାଡି ପାଖ ପୋଖରୀକୁ ଖସି ପଡିଥିଲେ।
ଦୁଇ ଜଣଙ୍କୁ ପରିବାର ଲୋକେ ଖୁବ୍ ଖୋଜାଖୋଜି କରିଥିଲେ, କିନ୍ତୁ ପାଇନଥିଲେ। କିଛି ସମୟ ପରେ ଦୁଇଜଣଙ୍କୁ ଘର ପଛରେ ଥିବା ଗାଡିଆରେ ଭାସିଥିବା ଅବସ୍ଥାରେ ପାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ଶିଶୁଙ୍କ ମଧ୍ୟରୁ ଜଣେ ଜୟନ୍ତ ସାହୁଙ୍କ ୪ ବର୍ଷର ପୁଅ ହିମାଂଶୁ ସାହୁ। ସେ ମାମୁଁ ଘରକୁ ଆସିଥିଲେ ବୁଲିବା ପାଇଁ। ଅନ୍ୟ ଜଣକ ହେଲେ ଶିଣୀପୁର ଗାଁର ବୁଲୁ ବାରିକଙ୍କ ୩ ବର୍ଷର ପୁଅ ଅନନ୍ତ ବାରିକ। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢନ୍ତୁ: କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥାବସ୍ଥାକୁ ନେଇ ଆସିଲା ପତ୍ନୀଙ୍କ ପ୍ରତିକ୍ରିୟା, କହିଲେ, ସବୁ ଭଗବାନଙ୍କ ଉପରେ ଭରସା...