କଟକ : ବାରବାଟୀରେ ଟି-୨୦ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାଡିୟମର ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍। ଡିସେମ୍ବର ୧ ତାରିଖରେ ଅନଲାଇନ୍ରେ ମିଳିବ ଟିକେଟ୍। ଡିସେମ୍ବର ୩ ଓ ୪ରେ OCA ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍ ଦିଆଯିବ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଆସନ୍ତା ଡିସେମ୍ବର ୯ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ମ୍ୟାଚ ଖେଳାଯିବ। ସେଥିପାଇଁ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ମ୍ୟାଚ ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଷ୍ଟାଡିୟମ ଭିତରେ ଥିବା ଗ୍ୟାଲେରୀ ଓ ପଡିଆର କାମ ଆରମ୍ଭ ହୋଇଛି। ଦିଲ୍ଲୀ ବିସ୍ଫୋରଣ ପରେ ବାରବାଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ଅନଲାଇନ୍ ଓ ଅଫ ଲାଇନ୍ ଟିକେଟ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯିବ।
ବାରବାଟୀ ଷ୍ଟାଡିୟମରେ ମୋଟ ୨୮ଟି ମ୍ୟାଚ ଖେଳାଯାଇଛି । ସେଥିରୁ ୨୩ଟି ଦିନିକିଆ ହୋଇଥିବାବେଳେ ଦୁଇଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ ରହିଛି । ବାରବାଟୀରେ ଶେଷଥର ୨୦୨୫ ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା ।