ଭୁବନେଶ୍ୱର: ରାଜଧାନୀରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର। ପ୍ରାୟ ୪୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ। ଟୁଇନ ସିଟିରେ ଧଳାଜହର କାରବାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି। ତା ନିକଟରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ବାଲେଶ୍ୱର ଅଞ୍ଚଳର ଶେଖ ଆକବର।
ତେବେ ଅଭିଯୁକ୍ତର ଅନ୍ୟତମ ସହଯୋଗୀ ଶେଖ ସାଦିକ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ। ସିଣ୍ଡିକେଟର ମାଷ୍ଟର ମାଇଣ୍ଡ ଶେଖ ସାଦିକ ଜଣେ ଆନ୍ତରାଜ୍ୟ ନିଶା ମାଫିଆ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ବାଲେଶ୍ୱର ଜଳେଶ୍ୱର ଧଳାଜହର ହବରୁ ନିଶା ଆଣି ଅନ୍ୟ ସହରକୁ ଚାଲାଣ କରେ। ନିଶା ସିଣ୍ଡିକେଟ ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ ସହ ତା ବିରୋଧରେ ଦଣ୍ଡ ବିଧାନକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର
ଅଧିକ ପଢନ୍ତୁ: ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡ଼ି ବସିଲା କମିଶନରେଟ୍ ପୋଲିସ