ଯାଜପୁର: ଯାଜପୁର ଜିଲ୍ଲାରେ ଆତଙ୍କ ଖେଳାଇଲାଣି ଝାଡ଼ାବାନ୍ତି । ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ ଅଧିକ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ମୃତ୍ୟୁ ହୋଇଛି । ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ, ଦାନଗଦୀ, ଧର୍ମଶାଳା, ରସୁଲପୁର ଓ କୋରେଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି । ଦାନଗଦୀ ଓ ବ୍ୟାସନଗର ଅଞ୍ଚଳର ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଚିକିତ୍ସା ପାଇଁ ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି। ଚିକିତ୍ସିତ ହେଉଥିବା ୧୧ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସ୍ଥିତି ଅଣାୟତ୍ତ ହେବାରୁ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହି ରୋଗୀଙ୍କ ସ୍ବାସ୍ଥ୍ୟ ବିଷୟରେ ଅନୁଧ୍ୟାନ କରୁଛନ୍ତି । ଅନ୍ୟପଟେ କେଉଁ କାରଣରୁ ଏତେ ସଂଖ୍ୟକ ଲୋକ ଆକ୍ରାନ୍ତ ହେଲେ ସ୍ପଷ୍ଟ ହୋଇ ନାହିଁ । ତେବେ ଅଚାନକ ପାଣିପାଗର ପରିବର୍ତ୍ତନ ଝାଡ଼ାବାନ୍ତିର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏଭଳି ସ୍ଥିତି ଜିଲ୍ଲାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।