ଜଳେଶ୍ୱର: ଓଡିଶା -ପଶ୍ଚିମ ବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଏକ ଅଘଟଣ ଘଟିଯାଇଛି । ସମୁଦ୍ରରେ ଗାଧୋଇବା ବେଳେ 3 ପର୍ଯ୍ୟଟକ ଭାସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମୃତ, ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ଓ ଅନ୍ୟ ଜଣେ ନିଖୋଜ ଅଛନ୍ତି ।
ସୂଚନା ଅନୁସାରେ ସମୁଦ୍ରରେ ଗାଧୋଇବା ବେଳେ ୩ଜଣ ପର୍ଯ୍ୟଟକ ବୁଡିଯାଇଥିଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ସ୍ପିଡ ବୋଟ ପଠାଇଥିଲା । ଉଦ୍ଧାରକାରି ଟିମ ଦୁଇ ଜଣକୁ ଉଦ୍ଧାର କରିଥିଲେ। ଜଣେ ପର୍ଯ୍ୟଟକ ଜୀବିତ ଥିବା ବେଳେ ଅନ୍ୟ ଜଣକୁ ଡାକ୍ତର ମୃତ ଘୋଷଣା କରିଛନ୍ତି ଏବଂ ଆଉ ଜଣେ ନିଖୋଜ ଅଛନ୍ତି । ତେବେ ଉକ୍ତ ଯୁବକ ମାନେ ପଶ୍ଚିମବଙ୍ଗ ବlରସାତ ଅଂଚଳର ବୋଲି ଜଣାପଡିଛି।