ମୟୂରଭଂଜ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡଝରଣ ଗ୍ରାମପଂଚାୟତର ପୋଖରିଆ ଗ୍ରାମରେ ଏକ ଅଘଟଣ ଘଟିଯାଇଛି । ଘରଭିତରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଣେ ଯୁବକ ଏବଂ ନାବାଳିକା ଝିଅ ବେଡରୁମରେ ଝୁଲିପଡିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଦୁଇ ମୃତକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ନାବାଳିକା ଜଣଙ୍କ ପୁରୁଷ ବନ୍ଧୁଙ୍କ ଘରକୁ ରାତିରେ ଆସିଥିବା ବେଳେ ଗୋଟିଏ ବେଡ଼ରୁମରେ ଦଉଡି ଲଗାଇ ଜୀବନ ହାରିଥିବା ଜଣାପଡିଛି। ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବକ ହୋଇଥିବା ବେଳେ ଆଉ ଜଣେ ନାବାଳିକା ବୋଲି ସୂଚନା ମିଳିଛି । ଏନେଇ ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।