ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂହ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ବିଷ ପିଇ ଶାଶୁ ଓ ବୋହୂଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ଅଛନ୍ତି ବୋଲି ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଆଜି ବଡ଼ବାରସିଂହ ଗାଁର ଏକ ପରିବାରରେ କୌଣସି କାରଣରୁ କଳହ ହୋଇଥିଲା । ଯାହାର ପରିଣତିରେ ଶାଶୁ ଓ ବୋହୂଙ୍କର ଜୀବନ ଚାଲିଯିବ ବୋଲି କେହି ବି ଭାବି ନଥିବେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପାରିବାରିକ କଳହରୁ ଶାଶୁ, ବୋହୂ ଓ ସ୍ୱାମୀ ବିଷ ପିଇଥିଲେ । ବିଷ ପିଇ ଶାଶୁ, ବୋହୂଙ୍କର ମୃତ୍ୟୁ ହୋଈଥିଅବେଳେ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ବଡମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ସ୍ଥାନୀୟ ଲୋକେ ବଡମ୍ବା ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।