ଯାଜପୁର: ରାଜ୍ୟରେ କାୟା ବିସ୍ତାର କରୁଛି ଡାଇରିଆ । ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପୁଛି ଝାଡାବାନ୍ତି । ଆଉ ନେଉଛି ଅନେକଙ୍କ ଜୀବନ । ପ୍ରଥମେ ଯାଜପୁର ପରେ ଢେଙ୍କାନାଳ , ଭଦ୍ରକ , ଖୋର୍ଦ୍ଧା ଭଳି ଅନେକ ଜିଲ୍ଲାରେ ଝାଡାବାନ୍ତି ଲାଗି ରହିଛି । ଏହାରି ଭିତରେ ଯାଜପୁରରେ ଝାଡାବାନ୍ତି ଆକ୍ରାନ୍ତରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ଏହାକୁ ମିଶାଇ ଯାଜପୁରରେ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସେପଟେ ଯାଜପୁରରେ ଝାଡାବାନ୍ତି ସ୍ଥିତି ଅଣାୟତ ହୋଇଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରରୁ ୧୪ ଜଣିଆ ଟିମ । କେନ୍ଦ୍ରୀୟ ଟିମ୍ ରେ ଅଛନ୍ତି ICMR, NCDC, WHO, ଖାଦ୍ୟ ନିରାପତ୍ତା ସଦସ୍ୟ। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଜିଲ୍ଲା ଗସ୍ତ କରି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।