କଟକ: ରାଜ୍ୟରେ ଡାଇରିଆ ସ୍ଥିତି ଅଣାୟତ୍ତ । ସେଥିପାଇଁ ବିଭିନ୍ନ ହୋଟେଲ ଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ସବୁ କିଛି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ଆଜି CMC ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ପାଣି କମ୍ପାନୀ ସିଲ୍ କରାଯାଇଥିବା ସୂଚନା ମିଳିଛି । ପାଣିକୁ ବିଶୁଦ୍ଧ ନକରି ବିକ୍ରି କରୁଥିବା ଅଭିଯୋଗରେ CMC ସ୍ବାସ୍ଥ୍ୟ ବିଭାଗ ଉକ୍ତ ପାଣି କମ୍ପାନୀରେ ଚଢ଼ାଉ କରିଛି । ବିଶୁଦ୍ଧ ନକରି ମାର୍କେଟ୍କୁ ଛଡ଼ାଯାଉଥିଲା ଲିଟର ଲିଟର ପାଣି ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତନତନ ଯାଞ୍ଚ କରୁଛି । ଲୋକମାନେ ବିଶୁଦ୍ଧ ପାଣି ନ ପିଉଥିବାରୁ ଡାଇରିଆ ବ୍ୟାପୁଥିବା ସୂଚନା ମିଳିଛି । ଗୋଟେ ପଟେ ଡାଇରିଆ ବ୍ୟାପିବାର ଚିନ୍ତା ଅନ୍ୟପଟେ ଲିଟର ଲିଟର ପାଣି ବିଶୁଦ୍ଧ ନକରି ଲୋକଙ୍କୁ ଦିଆଯାଉଛି । ଯାହା ସ୍ୱାସ୍ଥ୍ୟବିଭାଗର ଚିନ୍ତାର କାରଣ ପାଲଟିଛି ।
ଯାଜପୁର ଜିଲ୍ଲାରୁ ଡାଇରିଆ ଆରମ୍ଭ ହୋଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥିତି ମଧ୍ୟ ଅଣାୟତ୍ତ । ସେଥିପାଇଁ ସବୁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାଇରିଆ ବ୍ୟାପୁଥିବା ଅଞ୍ଚଳକୁ ଯାଇ ସ୍ଥିିତି ପରଖିଛନ୍ତି କେନ୍ଦ୍ରୀୟ ଟିମ୍ । ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା ସୂଚନା ମିଳିଛି କେନ୍ଦ୍ରୀୟ ଟିମ୍ ।