ଆନନ୍ଦପୁର: ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇ ଓଲଟିଲା ୧୦୮ ଆମ୍ବୁଲାନ୍ସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଟୁକୁଣା ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଟୁକୁଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ୧୦୮ ଆମ୍ବୁଲାନ୍ସ ନସିରପୁର ଗାଁରୁ ଜଣେ ରୋଗୀ ଓ ତାଙ୍କର ଦୁଇ ସମ୍ପର୍କୀୟଙ୍କୁ ନେଇ ଡାକ୍ତରଖାନା ଯାଉଥିଲା । ଏହି ସମୟରେ ଟୁକୁଣା ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇ ଓଲଟି ପଡିଥିଲା । ଫଳରେ ରୋଗୀ ଓ ତାଙ୍କର ଦୁଇ ସମ୍ପର୍କୀୟ, ଆମ୍ବୁଲାନ୍ସ ଡ୍ରାଇଭର, ଫାର୍ମାସିଷ୍ଟ ଆହତ ହୋଇଥିଲେ । ଏନେଇ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଟୁକୁଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ନନ୍ଦିପଦା ଥାନା ଏନେଇ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି ।