ମାଲକାନଗିରି: ପୁଲିସ୍ ଏନ୍କାଉଣ୍ଟରରେ ୩ ଟପ୍ ମାଓବାଦୀ ନିହତ। ମାଲକାନଗିରି ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ଏହି ଏନ୍କାଉଣ୍ଟର୍ ହୋଇଛି। ନିହତ ମାଓବାଦୀଙ୍କ ନାମରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ଥିଲା। ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ରହିଛି।
ସୂଚନା ଅନୁଯାୟୀ ବୁଧବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ସେଣ୍ଟ୍ରାଲ କମିଟି ମେମ୍ବର ସମେତ ୩ ଟପ୍ କ୍ୟାଡ଼ର ମାଓବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟରରେ ନିହତ ହୋଇଥିବା ମାଓବାଦୀ ହେଲେ ସେଣ୍ଟ୍ରାଲ କ୍ୟାଡ଼ର ମାଓବାଦୀ ଗଜରାଲା ରବି ଓରଫ ଉଦୟ, ଅରୁଣା,ସୀତାରାମ ଜିଲ୍ଲା ଏରିଆ କମ୍ମିଟି ACM କ୍ୟାଡ଼ର ମାଓବାଦୀ ଅମିତ ବରଦାର । ତେବେ ଜଙ୍ଗଲରେ ଆହୁରି ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ ଏବେବି ଗୁଳିବିନିମୟ ଜାରି ରହିଛି ।
ଅନ୍ୟପଟେ ଛତିଶଗଡ଼ରେ ମାଓବାଦୀ ବର୍ବରକାଣ୍ଡ ଘଟାଇଛନ୍ତି । ତିନି ଜଣଙ୍କ ଗଳାକାଟି କରିଛନ୍ତି ହତ୍ୟା । ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ପେଦା କୋରେମ ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟା । ମାଓବାଦୀ ଦଳକୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଗସ୍ତ କରିଛନ୍ତି।