ମୟୂରଭଞ୍ଜ: ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରଙ୍କ ଏକ ବର୍ଷ ପୁର୍ତ୍ତୀ ଅବସରରେ ଅନୁଷ୍ଠିତ "ଆଦିବାସୀ ଶକ୍ତି ସମାବେଶ" କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ରୁ ସଡକ ପଥଦେଇ ପୂର୍ବାହ୍ନ ୧୧ଟା ରେ ବାରିପଦା ଛଉପଡିଆ କାର୍ଯ୍ୟକ୍ରମ ସଭାସ୍ଥଳ ଠାରେ ପହଞ୍ଚିବେ । ସେଠାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ରହି ୧.୧୫ ରେ ସର୍କିଟ ହାଉସ କୁ ଯାଇ ମଧ୍ୟାହ୍ନ ଭୋଜନ କରିବେ । ସେହିପରି ଅପରାହ୍ନ ୩.୧୫ ମିନିଟ ରେ ସଡକ ପଥରେ ଭୂବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ସହ ଜିଲ୍ଲା ପ୍ରଭାରୀ ଦାୟିତ୍ୱରେ ଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ,ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମସିଂ ଖୁଣ୍ଟିଆ ଙ୍କ ସହ ସାଂସଦ ଓ ବିଧାୟକ ମାନେ ଉପସ୍ଥିତ ରହିବେ ।