ନୂଆଦିଲ୍ଲୀ : ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଫସି ରହିଲା ଏୟାର ଇଣ୍ଡିଆର ଏକ ବିମାନ। ଗତକାଲି ରାତିରେ ରନୱେରେ ଏୟାର ଇଣ୍ଡିଆର ଏକ ବିମାନ୪ ଘଣ୍ଟା ଧରି ଫସି ରହିଥିବା ସୂଚନା ରହିଛି । ବିମାନଟି ଦିଲ୍ଲୀରୁ ଭୁବନେଶ୍ୱର ଆସିବାର ଥିଲା । କିନ୍ତୁ ବିମାନଟି କୌଣସି କାରଣ ପାଇଁ ଟେକ୍ ଅଫ୍ କରି ପାରିନଥିଲା । ତେବେ ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ରହିଥିଲେ । ବିମାନଟି ଫସି ରହିଥିବା ନେଇ ଜୁଏଲ ଓରାମ ସୂଚନା ଦେଇଛନ୍ତି । ଜୁଏଲ ଓରାମ କହିଥିଲେ, "ପାଗ ଖରାପ ପାଇଁ ଏପରି ହୋଇଥାଇପାରେ । ସେମାନେ ବହୁତ ବିଳମ୍ବ କରିଲେ । ଶେଷରେ ଯାନ୍ତ୍ରିକ ତ୍ରୁଟି କଥା କହିଲେ । କେହି କି ବିମାନ ଯାତ୍ରୀଙ୍କୁ ଖାଇବା କି ପାଣି ଦେଲେନି । ବିଭିନ୍ନ ସମସ୍ୟା ହୋଇଛି । ଏ ବିଷୟରେ ସିଭିଲ୍ ଏଭିଏସନ ସହ କଥା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ଉପରେ ତଦନ୍ତ କରିବା ପାଇଁ କହିଛି ।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏକଥା ବି କହିଛନ୍ତି ଯେଉଁ ଜଣେ ଦୁଇ ଜଣଙ୍କ ପାଇଁ ଏପରି ହେଲା ସେଥିପାଇଁ ପୂରା ଏୟାର ଇଣ୍ଡିଆକୁ ଦାୟୀ କରିବା ଉଚିତ ନୁହେଁ । ତେବେ ଦୀର୍ଘ ସମୟ ଧରି ଫସି ରହିବା ପରେ ଆଉ ଓଡ଼ିଶା ଫେରିପାରିନଥିଲେ କେନ୍ଦ୍ରମନ୍ତ୍ରୀ ।