ବର୍ଷା ଓ ଘଡଘଡି: ୧୦ଟା ୩୦ ଯାଏଁ ଏହି ଜିଲ୍ଲାବାସୀଙ୍କୁ ସତର୍କ ସୂଚନା
Khabar Odisha:stte-odisha-weather-rain-in-some-districts-due-to-low-pressure-till-10-30-am
ଭୁବନେଶ୍ୱର, ଅଗଷ୍ଟ 18(ଖବର ଓଡିଶା):

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି । ଏହାର ପ୍ରଭାବରେ ଉତ୍ତର, ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନୀ ରହିଛି ।

ସେହିପରି ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଅନୁଗୋଳ, ସୋନପୁର, ଦେବଗଡ ଓ ବୌଦ୍ଧ ଆଦି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ । ଆଜି ଏହି ସବୁ ଜିଲ୍ଲାରେ ସକାଳ ୧୦ଟା ୩୦ ଯାଏଁ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

 

  • Tags:

Subscribe

National International State Sports Entertainment