ଭୁବନେଶ୍ୱର: ରାଜ୍ୟର ୨୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଘୋଷଣା ହୋଇଛି । ଅନୁଗୁଳ ଜିଲ୍ଲାରେ ବଶିଷ୍ଠ ନାୟକଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ମିଳିଥିବାବେଳେ ଉପାଧ୍ୟକ୍ଷ ହୋଇଛନ୍ତି ସୁରୁମଣି ଛତର । ବଲାଙ୍ଗିରର ବଲ୍ଲଭ ଧରୁଆ ଅଧ୍ୟକ୍ଷ ଓ ଜୟନ୍ତୀ ଭୋଇ ଉପାଧ୍ୟକ୍ଷ, ବାଲେଶ୍ୱରର ବିପିନ୍ ମାରାଣ୍ଡି ଅଧ୍ୟକ୍ଷ ଓ ଝରଣା ସିଂ ଉପାଧ୍ୟକ୍ଷ, ବରଗଡ଼ ପାଇଁ ଗୋବର୍ଦ୍ଧନ ଭୋଏ ଅଧ୍ୟକ୍ଷ, ତିଳତ୍ତୋମା ଭୁଏ ଉପାଧ୍ୟକ୍ଷ, ବୌଦ୍ଧ ଜିଲ୍ଲାର ଡମରୁ ଧର କହଁର ଅଧ୍ୟକ୍ଷ ଓ ଝରଣା ଜାନି ଉପାଧ୍ୟକ୍ଷା ହୋଇଛନ୍ତି ।
ସେହିପରି ଦେବଗଡ଼- ପ୍ରଶାନ୍ତ ବେହେରା ଅଧ୍ୟକ୍ଷ ଓ ପ୍ରମିଳା କିଶାନ ଉପାଧ୍ୟକ୍ଷ, ଢେଙ୍କାନାଳ- ନାଉରି ସିଂ ଅଧ୍ୟକ୍ଷ ଓ ସେବତୀ ଭୋଇ ଉପାଧ୍ୟକ୍ଷ, ଗଜପତି- କାମଦେବ ବଡ଼ନାୟକ ଅଧ୍ୟକ୍ଷ ଓ ପଙ୍କଜିନୀ ଦଳାଇ ଉପାଧ୍ୟକ୍ଷ, ଗଞ୍ଜାମ- ନୀଳମାଧବ ପାତ୍ର ଅଧ୍ୟକ୍ଷ ଓ ଲଳିତା ପ୍ରଧାନ ଉପାଧ୍ୟକ୍ଷା ହୋଇଛନ୍ତି ।
ଯାଜପୁର ରାଜେନ୍ଦ୍ର କାନ୍ଦୁଲିଆ ଅଧ୍ୟକ୍ଷ ଓ ଶାନି ଜରିକା ଉପାଧ୍ୟକ୍ଷ, ଝାରସୁଗୁଡ଼ା ସାମଲ ନାଏକ ଅଧ୍ୟକ୍ଷ ଓ ସଂଯୁକ୍ତା ଓରାମ ଉପାଧ୍ୟକ୍ଷା, କଳାହାଣ୍ଡି ବିଜୟ ଦିଶାରୀ ଅଧ୍ୟକ୍ଷ ଓ ରୀନା ଭୋଇ ଉପାଧ୍ୟକ୍ଷା, କନ୍ଧମାଳ ଜିଲ୍ଲା ପାଇଁ ମାନଗୋବିନ୍ଦ ପ୍ରଧାନ ଅଧ୍ୟକ୍ଷ ଓ କଳ୍ପନା କହଁର ଉପାଧ୍ୟକ୍ଷା, କେନ୍ଦୁଝର ମମିତା ନାଏକ ଅଧ୍ୟକ୍ଷା ଓ ମାନସ ନାଏକ ଉପାଧ୍ୟକ୍ଷ, କୋରାପୁଟ ଜିଲ୍ଲାର ଭଗବାନ ମୁଦୁଲି ଅଧ୍ୟକ୍ଷ ଓ ସୁକାନ୍ତି ମାଝୀ ଉପାଧ୍ୟକ୍ଷା ହୋଇଛନ୍ତି ।
ମାଲକାନଗିରିର ଗଙ୍ଗାଧର ସୋଡ଼ି ଅଧ୍ୟକ୍ଷ ଓ ସାବିତ୍ରୀ ପଡ଼ିଆମି ଉପାଧ୍ୟକ୍ଷା, ମୟୂରଭଞ୍ଜର ବୁଧାନ ମୁର୍ମୁ ଅଧ୍ୟକ୍ଷ ଓ କୌଶଲ୍ୟା ନାଏକ ଉପାଧ୍ୟକ୍ଷା, ନବରଙ୍ଗପୁର ଜିଲ୍ଲାର ବାସନ୍ତୀ ମାଝି ଅଧ୍ୟକ୍ଷା ଓ ଲିଙ୍ଗରାଜ ଭତ୍ରା ଉପାଧ୍ୟକ୍ଷ, ନୟାଗଡ଼ ଜିଲ୍ଲାର ତ୍ରିନାଥ ମଲ୍ଲିକ ଅଧ୍ୟକ୍ଷ ଓ ସମିତା ଦେହୁରୀ ଉପାଧ୍ୟକ୍ଷ, ନୂଆପଡ଼ା ଜିଲ୍ଲାର ହୋମେସିଂ ମାଝୀ ଅଧ୍ୟକ୍ଷ ଓ ବେଲାମତି ମାଝୀ ଉପାଧ୍ୟକ୍ଷା, ରାୟଗଡ଼ା ଜିଲ୍ଲାର ବିଦ୍ୟାଧର ଶବର ଅଧ୍ୟକ୍ଷ ଓ ମଞ୍ଜୁଳା ମିନିଆକା ଉପାଧ୍ୟକ୍ଷା, ସମ୍ବଲପୁର ଜିଲ୍ଲାର ଭଗିନ୍ଦ୍ର କିଶାନ ଅଧ୍ୟକ୍ଷ ଓ ସୁଷମା ମୁଣ୍ଡା ଉପାଧ୍ୟକ୍ଷ ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ସନ୍ତୋଷ ଅମାତ ଅଧ୍ୟକ୍ଷ ଓ ଗାଙ୍ଗି କିଣ୍ଡୋ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।