କଟକ: ବାଦାମବାଡ଼ି ପାଲାମଣ୍ଡପ ନିକଟରେ ବସ୍ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡର ସହ ପିଟି ହୋଇଗଲା ଯାତ୍ରୀବାହୀ ବସ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଘଟଣା ସ୍ଥଳରେ ବାଦାମବାଡ଼ି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ଅଗ୍ନିଶମ ବାହିନୀ ସହାୟତାରେ ମଝି ରାସ୍ତାରୁ ବସକୁ ହଟାଯାଇଛି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଲୁହା ବାଡ ବସ୍ ଭିତରେ ପଶି ଯାଇଥିଲା।
ସୂଚନା ଅନୁସାରେ, ଆଜି ଭୋର ସମୟରେ ଏକ ଯାତ୍ରୀବାହୀ ବସ ୪୦ରୁ ଉର୍ଧ ଯାତ୍ରୀଙ୍କୁ ନେଇ ଯାଉଥିଲା। ହଠାତ କୌଣସି କାରଣ ବଶତଃ ବସଟି ଭାରସାମ୍ୟ ହରାଇ ପାଲାମଣ୍ଡପ ନିକଟରେ ଥିବା ଏକ ଡିଭାଇଡର ସହ ପିଟି ହୋଇଯାଇଥିଲା। ଯାହାଫଳରେ ଲୁହା ବାଡ ବସ୍ ଭିତରେ ପଶି ଯାଇଥିଲା। ଏହାପରେ ଦୁର୍ଘଟଣାର ଖବରପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ବସକୁ ମଝି ରାସ୍ତାରୁ ହଟେଇଥିଲେ। ତେବେ ଉକ୍ତ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ସୂଚନା ରହିଛି।
ଅଧିକ ପଢନ୍ତୁ ; ଟ୍ରକକୁ ପଛରୁ ପିଟିଲା ଟ୍ରକ ; ଚାଲିଗଲା ୩ ଜୀବନ