ସୋନପୁର: ୮ ଘଣ୍ଟିଆ ବୀରମହାରାଜପୁର ବନ୍ଦ ଡାକରା। ଵେଆଇନ ବାଲି ଚୋରାଚାଲାଣକୁ ରୋକିବା ପାଇଁ ଏହି ବନ୍ଦ ପାଳନ। ସକାଳ ୬ ରୁ ଦିନ ୧୨ ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିବ। ତେବେ ଏହି ବନ୍ଦ ପାଳନରେ ଦୋକାନ ବଜାର ବନ୍ଦ ହେବା ସହ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଗାଡ଼ି ମଟର ଚଳାଚଳ ବନ୍ଦ ଡାକରା ଦେଇଥିଲା। କେବଳ ଜରୁରୀ କାଳୀନ ସେବା ଉପଲବ୍ଧ ରହିଛି। ସେପଟେ ଉକ୍ତ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ସୂଚନା ଅନୁସାରେ, ଦିନକୁ ଦିନ ସୁବର୍ଣ୍ଣପୁର ଜିଲ୍ଲାରେ ବଢିଚାଲିଛି ଵେଆଇନ ବାଲି ଚୋରାଚାଲାଣ। ଏଇ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଭାବ ପ୍ରକାଶ ପାଇଛି। ତେଣୁ ଆଜି ସକାଳୁ ସକାଳୁ ଆମ ଆଦମୀ ପାର୍ଟି ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସେମାନଙ୍କ ଦାବି ରହିଛି ଯଥା ଶୀଘ୍ର ଏହି ଵେଆଇନ ବାଲି ଚୋରାଚାଲାଣ ବନ୍ଦ ହେଉ ଏବଂ ଏହି ଚୋରା ଚାଲାଣ କରୁଥିବା ଲୋକଙ୍କୁ ଗିରାପି କରାଯାଉ। ତେବେ ଏହି ବନ୍ଦ ଡାକରା ଫଳରେ ଯାନବାହାନ ଚଳାଚଳ ଠପ ହେବା ସହିତ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଅଧିକ ପଢନ୍ତୁ ; ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ