ସୋର : ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ପିଟିଲା ଟ୍ରକ। ଫଳରେ ଚାଲିଗଲା ୩ ଜୀବନ। ତେବେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ବର ଜିଲ୍ଲା ସୋର ଦହିସଡା ମଡ଼ର୍ଣ୍ଣ ହୋଟେଲ ସମ୍ମୁଖରେ ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ସମ୍ପୂର୍ଣ ଭାଙ୍ଗି ଚୁରମାର ହୋଇଯାଇଛି।
ସୂଚନା ଅନୁସାରେ, ସୋର ଦହିସଡା ମଡ଼ର୍ଣ୍ଣ ହୋଟେଲ ସମ୍ମୁଖରେ ଏକ ଟ୍ରକ ଖରାପ ହୋ ରାସ୍ତା କଡରେ ଛିଡା ହୋଇଥିଲା। ଏହି ସମୟରେ ପଛପଟୁ ଆସୁଥିବା ଅନ୍ୟ ଏକ ଟ୍ରକ ଭାରସାମ୍ୟ ହରାଇ ଟ୍ରକକୁ ଆସି ଧକ୍କା ଦେଇଥିଲା। ଫଳରେ ପଛ ଟ୍ରକରେ ଥିବା ୩ ଜଣ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ। ଖବରପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟରରେ ଟ୍ରକକୁ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲ। ହେଲେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ରାସ୍ତା ମଝିରେ ଆକ୍ରମଣ; ଜୁଏଲାରୀ ମାଲିକ ମୁଣ୍ଡରେ ବନ୍ଧୁକ ଲଗାଇ ଝାମ୍ପିନେଲେ ଗହଣା ବ୍ୟାଗ୍