ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଆସିଛି ବଡ ଖବର । ଧୋନିଙ୍କ ଚଳିତ ଆଇପିଏଲ୍ ସିଜିନରେ ପ୍ରତ୍ୟାବର୍ତ୍ତନ ହୋଇପାରେ । ମାତ୍ର ଏଥିପାଇଁ ଗୋଟିଏ ସର୍ତ୍ତ ରହିଛି । ଉଲ୍ଲେଖନୀୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଠିକ୍ ପୂର୍ବରୁ ଧୋନି ଆହତ ହୋଇଥିଲେ । ଏଥିପାଇଁ ସେ ଏ ପର୍ଯ୍ୟନ୍ତ ମଇଦାନକୁ ଓହ୍ଲାଇ ପାରି ନାହାନ୍ତି । ମାହିଙ୍କ ଅନୁପସ୍ଥିତିରେ ଚେନ୍ନାଇର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଦଳ ଏ ପର୍ଯ୍ୟନ୍ତ ଖେଳିଥିବା ତିନୋଟି ମ୍ୟାଚ୍ ହାରି ସାରିଛି ଏବଂ ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ରହିଛି ଟିମ୍ ।
ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଶନିବାର ଏପ୍ରିଲ ୧୧ ଦିଲ୍ଲୀ ବିପକ୍ଷ ମ୍ୟାଚ୍ ପୂର୍ବରୁ ଧୋନି ଓ ବ୍ରେଭିସ ସଂପୂର୍ଣ୍ଣ ଫିଟ୍ ହେବାର ସମ୍ଭାବନା ରହିଛି । ଆଗାମୀ କିଛି ଦିନରେ ଧୋନିଙ୍କ ଫିଟନେସ୍ ଟେଷ୍ଟ ହେବାର ସମ୍ଭାବନା ରହିଛି । ଯଦି ସେ ସେଥିରେ ପାସ୍ ହୁଅନ୍ତି ତେବେ ଚେପକରେ ଦିଲ୍ଲୀ ବିପକ୍ଷରେ ମଇଦାନକୁ ମାହି ଓହ୍ଲାଇ ପାରନ୍ତି ।
ଆହତ କାରଣରୁ ଧୋନି ଦଳ ସହ ଯାତ୍ରା କରୁ ନାହାନ୍ତି । ଗତ ଶୁକ୍ରବାର ପଞ୍ଜାବ ବିପକ୍ଷ ମ୍ୟାଚ୍ ସମୟରେ ବି ଧୋନି ଚେପକ ଷ୍ଟାଡିୟମରେ ଅନୁପସ୍ଥିତ ଥିଲେ । ହେଲେ ସେ ନିୟମିତ ଭାବେ ଟ୍ରେନିଂ ସେସନରେ ଭାଗ ନେଉଛନ୍ତି । ମାତ୍ର ପ୍ରଟୋକୋଲ କାରଣରୁ ସେ ମ୍ୟାଚ୍ ଦିନ ଷ୍ଟାଡିୟମ ଆସି ପାରି ନ ଥିଲେ ।
ସିଏସକେ ପାଇଁ ଧୋନି ଜରୁରୀ
ଆଇପିଏଲର ଇତିହାସରେ ଏମଏସ ଧୋନି ମାତ୍ର ୮ ମ୍ୟାଚ୍ ଖେଳି ପାରି ନାହାନ୍ତି । ୩ଟି ମ୍ୟାଚ୍ ୨୦୨୦, ୨ଟି ୨୦୧୯ ଏବଂ ୨୦୨୬ରେ ଏ ପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଧୋନି ଖେଳି ପାରି ନାହାନ୍ତି । ବଡ କଥା ଯେଉଁ ଆଠଟି ମ୍ୟାଚ୍ ଧୋନି ଖେଳି ନାହାନ୍ତି ସେଥିରୁ ଦଳ ୭ଟି ମ୍ୟାଚ୍ ହାରିଛି । ଏହି ରେକର୍ଡ ଦେଖି ସ୍ପଷ୍ଟ ଜଣା ପଡୁଛି ଯେ, ମାହିଙ୍କ ବିନା ସିଏସକେ କିଛି ନୁହେଁ ।
Also Read: IPL 2026: ଫର୍ମରେ ଥିବା ପଞ୍ଜାବ କିଙ୍ଗସ ସହ ଆଜି ହେବ କେକେଆରର ଟକ୍କର