ନୂଆଦିଲ୍ଲୀ: ପିଏମ ନରେନ୍ଦ୍ର ମୋଦୀ ବିଜେପିର ସ୍ଥାପନା ଦିବସ ଉପଲକ୍ଷେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଭର୍ଚୁଆଲି ମୋଡରେ ସମ୍ବୋଧିତ କରିବେ । ସେ କହିଛନ୍ତି, ବିଜେପି ନିଜର ଅନେକ ପ୍ରସଙ୍ଗ ଉପରେ କାମ ପୂରା କରିଛି ଏବଂ ଏବେ ବି କିଛି ପ୍ରସଙ୍ଗ ଉପରେ ସକରାତ୍ମକ କାମ ଜାରି ରହିଛି । ପିଏମ ମୋଦୀ ଖସ କରି ଦୁଇଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି ।
ପିଏମ ମୋଦୀ କହିଛନ୍ତି, ସମାନ ନାଗରିକ ସଂହିତା ଓ ଏକ ରାଷ୍ଟ୍ର ଏକ ନିର୍ବାଚନ ଉପରେ କାମ ଚାଲିଛି । ପିଏମ ମୋଦୀ ନିଜ କାର୍ଯ୍ୟକାଳର ଉପଲବ୍ଧି ମଧ୍ୟ ବଖାଣିଛନ୍ତି । ସେ କହିଛନ୍ତି ବିଜେପି ଯେଉଁ ସବୁ ପ୍ରସଙ୍ଗ ଉଠାଇଥିଲା ତାହା ପୂରା କରିଛି । ଇଂରେଜ ଅମଳର ଶତାଧିକ ଆଇନର ଅନ୍ତ, ଧାରା ୩୭୦ ଓ ୩୫ଏ ଉଚ୍ଛେଦ, ଗଣତନ୍ତ୍ର ପାଇଁ ନୂଆ ସଂସଦ ଭବନର ନିର୍ମାଣ, ସାଧାରଣ ଗରିବ ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ, ରାମ ମନ୍ଦିରର ନିର୍ମାଣ ଏବଂ ତିନି ତଲାକ ସମାପ୍ତ କରିବା ପରି କାମ କରାଯାଇଛି ।
ପିଏମ ମୋଦୀ କହିଛନ୍ତି ଏବେ ବିଜପିର ନଜରରେ ଦୁଇଟି ପ୍ରମୁଖ ପ୍ରସଙ୍ଗ ରହିଛି, ଗୋଟିଏ ସମାନ ନାଗରିକ ସଂହିତା ଓ ଦ୍ୱିତୀୟ ଏକ ରାଷ୍ଟ୍ର ଏକ ନିର୍ବାଚନ । ଏହା ଏ ପର୍ଯ୍ୟନ୍ତ ଲାଗୁ ହୋଇ ନାହିଁ । ଏହା ଉପରେ ସଂପ୍ରତି ସକରାତ୍ମ କାର୍ଯ୍ୟ ଜାରି ରହିଛି । ସେ କହିଛନ୍ତି ବିଜେପି ଦେଶର ଏକମାତ୍ର ରାଜନୈତିକ ପାର୍ଟି ଯିଏ ନିଜ ଦଳକୁ ମାଆ ପରି ମାନିଥାଏ । ଆମର ମିଶନ ଏବେ ବି ଜାରି ରହିଛି । ଆମର ଲକ୍ଷ୍ୟ ବିକଶିତ ଭାରତ ନିର୍ମାଣ ଉପରେ ରହିଛି । ଏହାର ପ୍ରାପ୍ତି ପାଇଁ ଆମେ ନିଃସ୍ୱାର୍ଥ ଭାବନାରେ କାମ କରିବୁ । ଆଉ କିଛି ବର୍ଷ ବିଜେପି ୫୦ ବର୍ଷରେ ପାଦ ଦେବ, ଯାହା ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରେରଣାଦାୟୀ ।
Also read: ୪୭ତମ ପ୍ରତିଷ୍ଠା ଦିବସରେ ବିଜେପିର ଶକ୍ତି ପ୍ରଦର୍ଶନ; "ଆଗ ଦେଶ, ପରେ ପାର୍ଟି" ଆଦର୍ଶରେ କାର୍ଯ୍ୟ କରିବାକୁ କର୍ମକର୍ତ୍ତାଙ୍କୁ ଆହ୍ୱାନ