ଗଜପତି: ଗଜପତି ଜିଲ୍ଲାର ରାୟଗଡ଼ ଏସ୍ଏସଡି ବିଦ୍ୟାଳୟ ଶ୍ରେଣୀଗୃହରୁ ଏକ ଅହିରାଜକୁ ଉଦ୍ଧାର କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।
ସୂଚନା ଅନୁସାରେ, ରାୟଗଡ଼ ଏସ୍ଏସଡି ବିଦ୍ୟାଳୟ ହତା ମଧ୍ୟରେ ଏକ ଅହିରାଜ ସାପ ବୁଲାବୁଲି କରୁଥିବାର ଦୃଶ୍ୟ ସ୍ଥାନୀୟ ଲୋକ ଦେଖିଥିଲେ । ସମସ୍ତ ଭୟଭୀତ ହୋଇ କେହି ସାପକୁ ମଧ୍ୟ ଧରୁନଥିଲେ । ଗତକାଲି ସନ୍ଧ୍ୟାରେ ବିଦ୍ୟାଳୟ ଶ୍ରେଣୀଗୃହ ମଧ୍ୟରେ ସାପ ପଶିଯାଇଥିଲା । ଏହି ସମୟରେ ସ୍ଥାନୀୟ ଲୋକେ ଶ୍ରେଣୀଗୃହର କବାଟ ଦେଇଥିଲେ । ପରେ ଗଞ୍ଜାମ ଜିଲ୍ଲା ଚିକିଟିରୁ ସ୍ନେକ ହେଲ୍ପଲାଇନର ସଦସ୍ୟଙ୍କୁ ଖବର ଦେଇଥିଲେ । ଖବର ପାଇ, ସ୍ନେକ ହେଲ୍ପଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ଓ ସମୟ ପରେ ସାପଟିକୁ ଉଦ୍ଧାର କରିଥିଲେ । ଅହିରାଜ ସାପଟି ୨୦ ଫୁଟ ଲମ୍ବାର । ଉଦ୍ଧାର ପରେ ସାପକୁ ଜଙ୍ଗଲରେ ଛାଡି ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।