ନୂଆଦିଲ୍ଲୀ: ପାକିସ୍ତାନ ସୁରକ୍ଷା ଦୃଷ୍ଟିରୁ ତାର ଦୁଇଟି ବିମାନ ବନ୍ଦରରେ ଉଡ଼ାଣ ବନ୍ଦ କରିଛି । ଲାହୋର ଏବଂ କରାଚୀରେ ଉଡ଼ାଣ ବନ୍ଦ ରଖିବାକୁ ଘୋଷଣା କରାଯାଇଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଲାହୋର ଏବଂ କରାଚୀରେ ମେ ୧ ତାରିଖରୁ ମେ ୩୧ ପର୍ୟ୍ୟନ୍ତ ଉଡ଼ାଣ ବନ୍ଦ ରଖିବାକୁ କୁହାଯାଇଛି । ପାକିସ୍ତାନ ବେସାମରିକ ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି । କେବେଳ କର୍ମିସିଆଲ୍ ବିମାନ ଅନ୍ୟ ରୁଟରେ ଚଳାଚଳ କରିବ । ସେହିପରି ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ ୬ ଟି ରାଉଣ୍ଡ-ଟ୍ରିପ୍ ବିମାନର ଉଡ଼ାଣକୁ ବନ୍ଦ କରିଛି । ଇସଲାମବାଦ-ଗିଲଗିଟ୍, ଇସଲାମାବାଦ-ସ୍କାର୍ଦୁ ଏବଂ ଗିଲଗିଟ-ଇସଲାମାବାଦକୁ ଯାଉଥିବା ବିମାନ ଗୁଡ଼ିକୁ ବନ୍ଦ କରାଯାଇଛି ।