ପୁରୀ : ଆସନ୍ତା ଜୁନ ୨୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଂଚଳ ଶ୍ରୀକ୍ଷେତ୍ର। ଏପରିକି ରଥଟଣାକୁ ଶୃଙ୍ଖଳିତ କରିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଅନ୍ୟପଟରେ ଶ୍ରୀକ୍ଷେତ୍ରକୁ ଜଗିଛି ୨୭୫ ଟି ଏଆଇ କ୍ୟାମେରା। ପୁରୀରେ ଜେନେରାଲ ପୋଲିସ ପକ୍ଷରୁ ବ୍ରିଫିଂ କରାଯାଇଛି। ଏଥି ସହ ପୋଲିସ ପକ୍ଷରୁ ଟ୍ରାଫିକ ଆଡ଼ଭାଇଜରୀ ଜାରି ହୋଇଛି। ଡିଜି ପୋଲିସଙ୍କ ଅଧ୍ୟକ୍ଷତାରେ ପୁରୀ ପୌର ସଦନରେ ଅନୁଷ୍ଠିତ ହେଉଛି ଏହି ବ୍ରିଫି ବା ବ୍ୟବସ୍ଥାବଳୀ ସଂକ୍ଷିପ୍ତ। ରଥଯାତ୍ରା ପାଇଁ ମୁତୟନ ହେବେ ୧୦ ହଜାରରୁ ଉର୍ଦ୍ଧ୍ଵ ସୁରକ୍ଷା କର୍ମୀ।
ସହରରେ ଆକ୍ଟିଭ ମୋଡରେ କାର୍ଯ୍ୟ ଆଣ୍ଟି ସାବୋଟେଜ୍ ଟିମ୍। ସମସ୍ତ ଜାଗାରେ ମୁତୟନ ରହିବେ ଆଣ୍ଟି ଟେରୋରିଷ୍ଟ ଟିମ୍। ଜଳ, ସ୍ଥଳ, ଆକାଶ ପଥରୁ ରହିବ ତୀକ୍ଷ୍ମ ନଜର। ରଥଯାତ୍ରା ପୂର୍ବ ଦିନ ହିଁ ମୁତୟନ ରହିବ ସ୍ପେଶିଆଲ ଟ୍ୱେକ୍ଟିକାଲ ୟୁନିଟର ବଜ୍ର ଗାଡ଼ି ରକ୍ଷକ ପ୍ଲସ। ସହରରେ ୫୩ ଟି ଓ ସହର ବାହାରେ ରହିବ ୧୭ ଟି ଏଡ୍ ପୋଷ୍ଟ। ଇନ ସାଇଡ ଟ୍ରାଫିକ କୁ ୪ ଟି ଭାଗରେ ବିଭକ୍ତ କରାଯିବା ସହ ୪୨ ସେକ୍ସନ ଫୋର୍ସ ମୁତୟନ ହେବେ । କୁମ୍ଭାରପଡ଼ା,ମାଳତିପାଟପୁରରେ କାମ କରିବ ଦୁଇଟି ଟ୍ରାଫିକ କଣ୍ଟ୍ରୋଲ ରୁମ୍।
ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପାଟ୍ରୋଲିଂ ଜାରି ରହିବ। ଏଥିପାଇଁ ବରିଷ୍ଠ ପୋଲିସମାନଙ୍କୁ ଦିଆଯାଇଛି ଦାୟିତ୍ଵ।୧୦ହଜାରରୁ ଉର୍ଦ୍ଧ୍ବ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ଟ୍ରାଫିକକୁ ୩ ଭାଗରେ ବିଭକ୍ତ କରାଯାଇଛି। ୨୬ ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି। ୪ ଚକିଆ ପାଇଁ ୧୧ଟି,୨ ଚକିଆ ପାଇଁ ୬ ଟି,ପାର୍କିଂ ଚିହ୍ନଟ କରାଯାଇଛି। ୩୯ ଟି ଟ୍ରାଫିକ ପୋଷ୍ଟ ପ୍ରସ୍ତୁତ ରହିଛି। ନୌସେନା, ତଟରକ୍ଷୀ ବାହିନୀ , ମେରାଇନ ପୋଲିସ ମିଳିତ ପାଟ୍ରୋଲିଂ କରିବେ।