କଟକରେ ପାଣି ବି ନକଲି। ବ୍ରାଣ୍ଡ ଜାରରେ ଟ୍ୟାବ ପାଣି। ଚିମଙ୍କା ବ୍ରାଣ୍ଡ ଦେଇ ଜାରରେ ଟ୍ୟାବ ପାଣି ପୁରାଇ କଟକ ସହରରେ ଦୀର୍ଘ ବର୍ଷ ଧରି ପାଣି ବ୍ୟବସାୟ କରୁଥିଲେ କଟକ କାଳିଗଳି ସ୍ଥିତ ଚିମଙ୍କା କମ୍ପାନୀ ମାଲିକ। ବିଶେଷ ସୂତ୍ରରୁ ଖବର ମିଳିବା ପରେ ଚଢ଼ଉ କରିଥିଲା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଟିମ। ପାଣି କମ୍ପାନୀରେ ଚଢ଼ାଉ କରିବା ପରେ କମ୍ପାନୀର କୌଣସି କାଗଜପତ୍ର ନଥିବା ସହ ବ୍ରାଣ୍ଡ ଜାର ରେ ଟ୍ୟାବ ରୁ ପାଣି ପୁରାଇ ବିକ୍ରି କରିବାର ଦେଖିବାକୁ ପାଇଥିଲେ। ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିମ କମ୍ପାନୀଙ୍କୁ ସିଲ କରିବା ସହ ସମ୍ପୁକ୍ତ କମ୍ପାନୀକୁ ଫାଇନ କରିଥିଲା। ତେବେ କିଛିଦିନ ପୂର୍ବେ କଟକ ଜଗତପୁର ଅଞ୍ଚଳରେ ଏହିଭଳି ଆଉ ଏକ ପାଣି କମ୍ପାନୀକୁ ସିଲ କରିଥିଲା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଟିମ।