ମୟୂରଭଞ୍ଜ : ବନ୍ଧୁକ ମୁନରେ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି। ବାରିପଦା କୁଳିଅଣା ଥାନା କୁଚେଇ ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ୨ଟି ବାଇକରେ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ଟଙ୍କା। ୭ ରୁ ୮ ଲକ୍ଷ ଟଙ୍କା ଲୁଟ।
ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଦି ପ୍ରହର ୨ଟା ସମୟରେ ଛଅ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଆସି ବନ୍ଧୁକ ଓ ଭୁଜାଲି ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ କରିଛନ୍ତି । ଏମିତିକି ବ୍ୟାଙ୍କର ହାର୍ଡ ଡିସ୍କ ଲୁଟି ନେଇ ବାହାରୁ ତାଲା ପକାଇ ଚମ୍ପଟ୍ ମାରିଥିଲେ। ଘଟଣା ସ୍ଥଳରେ କୁଳିଅଣା ପୋଲିସ ଓ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।