ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ଝାଡ଼ାବାନ୍ତି ସ୍ଥିତିକୁ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବେଶ ତତ୍ପରତା ପ୍ରକାଶ ପାଇଁ । ଝାଡ଼ାବାନ୍ତିର ପ୍ରମୁଖ କାରଣ ହେଉଛି ଦୂଷିତ ପାନୀୟ ଜଳ । ତେଣୁ ପାନୀୟ ଜଳ ବିଶୋଧନକୁ ପଞ୍ଚାୟତିରାଜ ବିଭାଗ ଗୁରୁତର ସହିତ ନେଇଛି । ଏବେ ଯାଏଁ ୯୮ ପ୍ରତିଶତ ପାନୀୟ ଜଳ ବିଶୋଧନ ଶେଷ ହୋଇସାରିଲାଣି । ଆଗାମୀ ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ପାନୀୟ ଜଳ ବିଶୋଧନ ଶେଷ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ । ସମସ୍ତ ୩୦ ଜିଲ୍ଲାରେ ୫ ଲକ୍ଷ ୪୦ ଟ୍ୟୁବୱେଲ୍, ୧୫ ହଜାର ଓଏସଟି ଏବଂ ୨୧ ହଜାର ବୋରୱେଲକୁ ବିଶୋଧନ କରାଯାଇଛି । ସେହିପରି ଘରୋଇ ଟ୍ୟୁବୱେଲକୁ ମଧ୍ୟ ବିଶୋଧନ କରାଯାଇଛି ।
ଅନ୍ୟପକ୍ଷରେ ରାଜ୍ୟ ଡାଇରିଆ ସ୍ଥିତିରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ନିମ୍ନଗାମୀ ହୋଇଛି ।