ନୂଆଦିଲ୍ଲୀ: ପତ୍ନୀ ହତ୍ୟା ମାମଲାରେ ଫସି ଥିବା ଜଣେ ଯବାନ ନିଜକୁ ବଞ୍ଚାଇବାକୁ ଯାଇ ଅପରେସନ୍ ସିନ୍ଦୂରର ଦ୍ୱାହି ଦେଇ ଖସିବାକୁ ଚେଷ୍ଟା କରିବା ପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ଅପରେସନ ସିନ୍ଦୂରରେ ସାମିଲ ଥିଲ ବୋଲି ଛାଡ଼ି ଦିଆଯିବ ବୋଲି କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।
ସର୍ବୋଚ୍ଚ ଅଦାଲତ ଛୁଟି ଆବେଦନ ଉପରେ ଶୁଣାଣି କରିଛନ୍ତି । ପତ୍ନୀ ହତ୍ୟା ଅଭିଯୋଗରେ ଫସିଥିବା ଜଣେ ଯବାନ ପୋଲିସ ନିକଟରେ ଆତ୍ମସମର୍ପଣ ନ କରି ବାରମ୍ବାର ସମୟ ଗଡ଼ାଇ ଚାଲିଛନ୍ତି । ବିଚାରପତି ଉଜ୍ଜଳ ଭୂୟାଁ ଓ ବିଚାରପତି ବିନୋଦ ଚନ୍ଦ୍ର ଏହି ମାମଲାର ଶୁଣାଣି କରିଛନ୍ତି । ଆବେଦନକାରୀ କହିଛନ୍ତି ସେ ଜଣେ ବ୍ଲାକ୍ କ୍ୟାଟ୍ କମାଣ୍ଡର (ନ୍ୟାସନାଲ ସିକ୍ୟୁରିଟି ଗାର୍ଡ) । ପାକିସ୍ତାନ ବିରୋଧରେ ଚାଲିଥିବା ଅପରେସନ୍ ସିନ୍ଦୂରରେ ସାମିଲ ଥିଲେ । ଏହାର ଜବାବରେ ବିଚାରପତି କହିଥିଲେ ବ୍ଲାକ୍ କମାଣ୍ଡର ହେବା ଦ୍ୱାରା ଛାଡ଼ି ଦିଆଯିବ ନାହିଁ । ଆପଣ ସେତିକି ଫିଟ୍ ଅଛନ୍ତି ଯେ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିପାରିବେ । ଯେଉଁ ସଙ୍ଗୀନ ଅଭିଯୋଗ ଆସିଛି ଏଥିରେ ଅଭିଯୁକ୍ତକୁ ଛଡ଼ା ଯିବ ନାହିଁ ।
ମାମଲା ଏମିତି ଯେ ଜଣେ ଯବାନଙ୍କ ବିରୁଦ୍ଧରେ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗ ଆସିଛି । ତାଙ୍କ ବିରୁଦ୍ଧରେ ଧାରା ୩୦୪ବି ଆଧାରରେ ମାମଲା ରୁଜୁ ହୋଇଛି । ଉକ୍ତ ଯବାନ ଯୌତୁକ ପାଇଁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଯବାନଙ୍କ ବିରୁଦ୍ଧରେ ଥିବା ପ୍ରମାଣ ସବୁ ମିଥ୍ୟା ବୋଲି ତାଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ।