ଯାଜପୁର : ଡାଇରିଆ ପାଇଁ କଟକଣା ପରେ ଆଜିଠୁ ଯାଜପୁରରେ ସ୍କୁଲ ଖୋଲିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ଛୁଟି ଘୋଷଣାକୁ ୫ ଦିନ ପାଇଁ ବୃଦ୍ଧି କରାଯାଇଥିଲା । ତେବେ ସ୍କୁଲ ଖୋଲିବା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି , ସ୍କୁଲଗୁଡ଼ିକୁ ସଫେଇ କରାଯାଇଛି । ଜଳ ବିଶୋଧନ କରାଯାଇଛି । ଜିଲ୍ଲା ଶିକ୍ଷାଧିକରୀ ପ୍ରତି ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗରରେ ରହି ସ୍କୁଲ ଜଳ ବିଶୋଧନକୁ ଗୁରୁତ୍ୱ ଦେଇଥିବା ବେଳେ ଜିଲ୍ଲାପାଳ ମଧ୍ୟ ଏହାକୁ ତଦାରଖ କରିଛନ୍ତି । ତେବେ ଶିକ୍ଷକମାନେ ସ୍କୁଲ ଆସୁଥିବା ବେଳେ କେବଳ ପିଲାମାନଙ୍କ ପାଇଁ ଜିଲ୍ଲାପାଳ ଛୁଟି ଅବଧି ବୃଦ୍ଧି କରିଥିଲେ ।
ଅନ୍ୟପଟେ ଯାଜପୁରରେ ଡାଇରିଆ ପରେ ଜଣ୍ଡିସ୍ ସମସ୍ୟା ଦେଖାଦେଇଛି । ଜଣ୍ଡିସ୍ ରୋଗୀ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଛି।