ଭୁବନେଶ୍ୱର: ଏଣିକି ଦୈଡ଼ିବାକୁ ପଡ଼ିବନି ଆରଆଇ ଅଫିସ । ଘରେ ବସି ମୋବାଇଲ ଆପ୍ ଜରିଆରେ ହାତ ପାହାନ୍ତରେ ମିଳିବ ରାଜସ୍ୱ ସେବା । ଏନେଇ ଇ-ରେଜିଷ୍ଟ୍ରେସନ୍ ଆପ୍କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା କାର୍ଯ୍ୟାଳୟକୁ ଲୋକଙ୍କୁ ଆଉ ଦୌଡ଼ିବାକୁ ପଡ଼ିବନି। କୌଣସି ସେବା କେନ୍ଦ୍ରକୁ ନ ଯାଇ ଆପ୍ ଦ୍ଵାରା ଘରେ ବସି ବିଭିନ୍ନ ସମସ୍ୟାର ସମାଧାନ କରିହେବ।
ଏହି ଆପ୍ ଦ୍ୱାରା ଘରେ ବସି ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ୍ ବୁକିଙ୍ଗ, ସାର୍ଟିଫାଏଡ୍ କପି ଓ ଇସି ପାଇଁ ଆବେଦନ କରିହେବ। ଜମିର ବେଞ୍ଚମାର୍କ ମାର୍କେଟ୍ ଭାଲ୍ୟୁ ମଧ୍ୟ ଜାଣିହେବ। ଏହି ଆପ୍ ରେ ସବ୍ ରେଜିଷ୍ଟ୍ରର ଅଫିସ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିପାରିବ।